ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ‘କ’ରେ ୧୨୮୬୪ ଭୋଟ୍‌ରେ ବିଜୟୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରଥମ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିବା ବେଳେ ମ.ରାମପୁରଠାରେ ଏହି ଗଣତି ଅନୁଷ୍ଠିତ ହୋଇଛି । ମ.ରାମପୁର ‘କ’ ଜୋନ୍‌ର ୯ ଗୋଟି ପଞ୍ଚାୟତ ବାରବନ୍ଧା, ଡ଼ୁଡ଼ୁକାରଞ୍ଜା, ସାଲେପାଲି, ମୁଡ଼ିଙ୍ଗ, ସାଇଦଲଙ୍ଗା, ବମକ, ନୁନପୁର, ମ.ରାମପୁର ପଣ୍ଡକାମାଲକୁ ନେଇ ଗଠିତ ୩୩ ନମ୍ବର ଜୋନ୍‌ର ଗଣତି ହୋଇଥିଲା । ଏଥିରେ ଲଗାତାର ଦ୍ୱିତୀୟ ଥର ପାଇଁ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜୟୀ ହୋଇଛନ୍ତି । ଗତ ନିର୍ବାଚନରେ ସେ ମ.ରାମପୁର ଖ ଜୋନରୁ ଜିଲ୍ଳା ପରିଷଦ ହୋଇଥିବା ବେଳେ ଚଳିତ ଥର ସେ ମ.ରାମପୁର ‘କ’ ଜୋନରୁ ୧୨୮୬୪ ଭୋଟରେ ବିଜୟୀ ହୋଇଛନ୍ତି । ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇ ସମୁଦାୟ ୧୬୮୬୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀକାନ୍ତ ହୋତା ମାତ୍ର ୪୦୨୧ ଭୋଟ ପାଇଛନ୍ତି । କଂଗ୍ରେସର ଦୁଷ୍ମନ୍ତ ରଣା ୨୯୭୩ ପାଇଛନ୍ତି । ତେବେ ବିଜେଡ଼ି ତରଫରୁ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ନିଜର ଲୋକପ୍ରିୟତା ପାଇଁ ଏହି ସଫଳତା ପାଇଥିବା ବେଳେ ସେ ଅଞ୍ଚଳବାସୀଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.