କେଛୋଦାଦର ପଞ୍ଚାୟତରେ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ସରପଞ୍ଚ ଭାବେ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ତୃତୀୟ ପର୍ଯ୍ୟାୟ ଭୋଟ ଗଣତିରେ ପାଇକମାଲ ବ୍ଳକ କେଛୋଦାଦର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଚିତ୍ତରଞ୍ଜନ ପ୍ରଧାନ ୨୫ ଖଣ୍ଡ ଭୋଟରେ ଧନଞ୍ଜୟ ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେ ଜଣେ ଯୁବ ନେତା, ପରୋପକାରୀ ବ୍ୟକ୍ତି ଭାବରେ କେଛୋଦାଦର ଅଞ୍ଚଳରେ ବେଶ୍‌ ପରିଚିତ ଥିଲେ । ତାଙ୍କର ଏହି ବିଜୟରେ କେଛୋଦାଦର ଗ୍ରାମ ପଞ୍ଚାୟତରେ ଖୁସିର ଲହରି ଖେଳି ଯାଇଛି । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ କହିବା ଅନୁସାରେ ତାଙ୍କ ବିଜୟ ପଞ୍ଚାୟତବାସୀଙ୍କ ବିଜୟ । ପଞ୍ଚାୟତବାସୀଙ୍କ ସୁଖ, ଦୁଃଖ ସହ ସୁନ୍ଦର ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ବୋଲି ନବ ନିର୍ବାଚିତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.