oom

ବରିକେଲରେ ନବ ନିର୍ବାଚିତ ସରପଞ୍ଚ ଦିନେଶ କୁମାର ସେଠଙ୍କ ବିଜୟ ଶୋଭାଯାତ୍ରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବରେ ଦିନେଶ କୁମାର ସେଠ ୧୪୦୪ ଖଣ୍ତ ଭୋଟ ପାଇ ବିଜୟ ହୋଇଛନ୍ତି । ସେ ଅଞ୍ଚଳରେ ଜଣେ ସମାଜ ସେବୀ ଭାବେ ଜଣାଶୁଣା । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଅବାସ, ଘରକୁ ଘର ପାନୀୟ ଜଳ ଯୋଗାଇବା, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା, ରାସ୍ତା, ଚାଷୀମାନଙ୍କ ସମସ୍ୟା, ଗରିବ ଲୋକଙ୍କ ପାଖକୁ ଯୋଗାଇବାକୁ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି । ବରିକେଲ ଗାଁରେ ନବ ନିର୍ବାଚିତ ସରପଞ୍ଚ ଦିନେଶ କୁମାର ସେଠଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ଶୋଭାଯାତ୍ରାରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା, ଆନନ୍ଦ ଚନ୍ଦ୍ର ସାହୁ, ଜନାର୍ଦ୍ଦନ ବେହେରା, ବିକାଶ ବାରିକ, ଟୁକୁ ପାତ୍ର, ନରହରି ପାଣ୍ଡେ, ନବ ନିର୍ବାଚିତ ୱାର୍ଡ ମେମ୍ବର ସଭ୍ୟ ଶିତାରାମ ଶିକା, କେଦାର ବିଶ୍ୱାଳ, ବୃନ୍ଦା ସାହୁ, ବବିତା ସାହୁ, ପଦ୍ମିନୀ ଚୌହାନ, ସୁଶାନ୍ତ ବିଶ୍ୱାଳ, ଲମ୍ବୋଦର ବିଶ୍ୱାଳ, ରାଜେଶ କୁମାର ସାହୁ, ବିଜୟ ଚୌହାନଙ୍କ ସମେତ ଜନ ସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.