ଐତିହାସିକ କୃଷକ ଆନ୍ଦୋଳନର ବିଜୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ ବିରୋଧୀ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବୀରେ ଚାଲିଥିବା ୧୨ ମାସର ଐତିହାସିକ କୃଷକ ଆନ୍ଦୋଳନର ବିଜୟ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଏସ୍‌ୟୁସିଆଇ(ସି) ତରଫରୁ ବିଭିନ୍ନ ସ୍ଥାନରେ ବିଜୟ ଦିବସ ପାଳିତ ହୋଇଛି । ଆଜି ରାଜେନ୍ଦ୍ର କଲେଜ ଛକରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ଏହି ଆନ୍ଦୋଳନରେ ଶହୀଦ ହୋଇଥିବା ୭୫୦ରୁ ଅଧିକ ବୀର କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଗଣତାନ୍ତ୍ରିକ ଆନ୍ଦୋଳନ ଯେ ଦାବୀ ଆଦାୟର ଏକମାତ୍ର ପଥ, ତାହା ଏହି ଆନ୍ଦୋଳନ ପୁଣି ଥରେ ପ୍ରମାଣିତ କରିଛି ଓ ଜନଗଣଙ୍କ ଐକ୍ୟବଦ୍ଧ ଶକ୍ତି ଆଗରେ ମୋଦୀ ସରକାର ମଥାନତ କରିବାକୁ ବାଧ୍ୟ ହୋଇଛି ବୋଲି ଏହି ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଆନ୍ଦୋଳନରୁ ଶିକ୍ଷା ନେଇ ଆଗାମୀ ଦିନରେ ସରକାରଙ୍କ ସମସ୍ତ ଜନବିରୋଧୀ ନୀତିର ପ୍ରତିବାଦରେ ଶକ୍ତିଶାଳୀ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଜିଲ୍ଲା ସମ୍ପାଦକ ସୁନିଲ ଭୋଇ ପ୍ରକାଶ କରିଛନ୍ତି । ଜିଲ୍ଲା କମିଟି ସଭ୍ୟ ରାଜେନ୍ଦ୍ର ରଣା ଓ ବିକାଶ ଜେନା ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.