om academy

କଂଗ୍ରେସ ପକ୍ଷରୁ ଚାଷୀଙ୍କ ବିଜୟ ଦିବସ ପାଳିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିଜୟ ଦିବସ ପାଳିତ ହେବା ସଙ୍ଗେ ସଙ୍ଗେ ୩ଟି ଦାବୀ ଉପସ୍ଥାପନ କରାଯାଇଥିଲା । ଚାଷୀ ଆନ୍ଦୋଳନରେ ସହୀଦ ହୋଇଥିବା ପ୍ରତ୍ୟେକ ପରିବାରଙ୍କୁ ୧୦କୋଟି ଟଙ୍କା ଲେଖାଏଁ କ୍ଷତିପୁରଣ ଯୋଗାଇ ଦେବା, ଚାଷୀମାନଙ୍କ ନାଁରେ ରୁଜ୍ଜୁ ହୋଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରିବା, ସ୍ୱାମୀନାଥନ କମିଟି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ଧାର୍ଯ୍ୟ କରିବା ଓ ଚାଷୀଙ୍କୁ ଅପଶବ୍ଦ ବ୍ୟବହାର କରିଥିବା ନେଇ ସରକାର କ୍ଷମା ମାଗିବା ସହ କ୍ଷତିପୂରଣ ଦେବା ପାଇଁ ଉପସ୍ଥିତ ଚାଷୀନେତା ଓ କଂଗ୍ରେସ କର୍ମୀମାନେ ମତବ୍ୟକ୍ତ କରିଥିଲେ । ପରେ ଉପସ୍ଥିତ ଚାଷୀ ଓ କଂଗ୍ରେସ କର୍ମୀ ଯାତାୟତ କରୁଥିବା ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଦିବସ ପାଳିଥିଲେ । ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ରାଜ୍ୟ କିଷାନ କଂଗ୍ରେସ ସଂପାଦକ ଚଗଲା ପରିଚ୍ଛା, ସନ୍ତକ ବହିଦାର, ଶୁଶାନ୍ତ ଷଡଙ୍ଗୀ, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ନାରୀ ନେତ୍ରୀ ଆରତିପ୍ରୀତି ନାଗ, ବବିତା ସାହୁ, ସାଇନା ବେଗମ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବ୍ଲକ ସଭାପତି ଉମାକାନ୍ତ ସାହୁ, ଜୁଲୁ ପଟ୍ଟନାୟକ, ବ୍ରଜ ସେଠି, ସାନ୍ତନୁ ସିଂହ, ଟଙ୍କଧର ଗଡତ୍ୟା, ପ୍ରଦୋଷ ପାଣିଗ୍ରାହୀ, ବଜରଂଗ ଅମାତ, ଦଳିତ ନେତା ସତ୍ୟାନନ୍ଦ ସୁନା, ଜ୍ୟୋତିଷ ମୁଗ୍ରୀ, ହରି ନନ୍ଦ, ଯୁବନେତା ବିନୋଦ ତାଣ୍ଡି, ଦଳ ଜାଲ, ଚାଷୀନେତା ଗଗନ ନାଥ, ଟୁଲୁ ସେନ, ଲଳିତ ପଟେଲ, ପ୍ରଦୋଷ ପାଣିଗ୍ରାହୀ, ଓମ୍‌ ପ୍ରକାଶ ସାମନ୍ତ, ମଧୁ ନାଗ, ବୁଲୁ ବେହେରା, ସୁଜିତ ସହ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.