oum

ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମରେ ୧୦୭ ଜଣ ଚାଷୀଙ୍କୁ ବିହନ ବଣ୍ଟନ

jsm

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ୧୦ ଗୋଟି ପଂଚାୟତର ଚାଷୀମାନଙ୍କୁ ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମ, ଆତ୍ମା ସହଯୋଗରେ ସେବା ଜଗତ ଓ କାରୁଣ୍ଡ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଜରିଆରେ କାର୍ଯ୍ୟକାରୀ କରାଯାଉଛି । ଏହି କ୍ରମରେ ଡମ କର୍ଲାଖୁଣ୍ଟା ପଂଚାୟତ ଡ଼ୁମେରଗୁଡ଼ା ଗ୍ରାମର ୮୭ ଜଣ ଚାଷୀ ଓ ବାରବନ୍ଧା ଗ୍ରାମ ପଂଚାୟତର ଯାମଗୁଡା ଓ ପୁଜିଲଡୁ ଗ୍ରାମର ୨୦ ଜଣ ଚାଷୀମାନଙ୍କୁ ମୁଗ, ବିରି ସହିତ ମକା ଓ ହରଡ ଚାଷ ପାଇଁ ବିହନ ବଣ୍ଟନ କରାଯାଇଥିଲା । ଏଥିରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଆଦିତ୍ୟ ପ୍ରତାପ ସିଂହଦେଓ, ୱାସନ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଗରୁଡ଼ ଭୋଇ, କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ନିକିତା ମହାନ୍ତି ପ୍ରମୁଖ ଯୋଗଦାନ କରି ଡାଲି ଓ ତୈଳବୀଜ ଚାଷ ଉପରେ ପ୍ରାଧାନ୍ୟ ଦେବା ସହିତ କିପରି ଅଧିକରୁ ଅଧିକ ଉତ୍ପାଦନ କରିପାରିବେ ଓ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ସହିତ ସରକାରଙ୍କ ଦ୍ଵାରା ଘୋଷିତ ସହାୟତା ରାଶି ପାଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କାରୁଣ୍ଡ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ କର୍ମୀ ଗଣେଶ ନାଏକ, ଈଶ୍ୱର ଓ ଅମର ପ୍ରମୁଖ ସହାୟତା କରିଥିଲେ ।

Leave A Reply

Your email address will not be published.