ସ୍କୁଲସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୩-୨୪ ସ୍କୁଲସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ମନୋଜ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଯୋଗଦେଇଥିଲେ । ପାଇକମାଲ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ମାନେ ‘ବିଜ୍ଞାନ ଓ ମଣିଷର ବିକାଶ ଯାତ୍ରା’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଭା ପୂର୍ବରୁ ଅତିଥି ମାନେ ସମସ୍ତ ବିଜ୍ଞାନ ପ୍ରକଳ୍ପ ଦେଖିଥିଲେ । ସଭାର ଶେଷ ଭାଗରେ ସମସ୍ତ କୃତି ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.