oom

ଛତ୍ରପୁର ବ୍ଲକ ମହାନାଦପୁର ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ବିଜ୍ଞାନ ମେଳା ଆୟୋଜିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଉଳଗାଁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏସ୍‌. ରୂପା ଏବଂ ଆଙ୍ଗୁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପି. ବଳରାମ ପାତ୍ର, ସମାଜସେବୀ ବିଜୟ କୁମାର ବସନ୍ତିଆ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ପରିବେଷଣ କରିଥିଲେ । ସମ୍ପାଦକ ବିଜୟ କୁମାର ମହାପାତ୍ର ଓ ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ପରମଗୁରୁଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ମେଳାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶର୍ମିଷ୍ଠା ମିଶ୍ର କୋଭିଡ ୧୯ ବିଶେଷତ୍ଵ ପର୍ଦଶନ କରିଥିଲେ । ଏହି ବିଜ୍ଞାନ ମେଳାରେ ଭବାନୀ ପ୍ରସାଦ ମିଶ୍ର, କାଳୀ ପ୍ରସାଦ ମିଶ୍ର, ଦେବାଂଶି ମିଶ୍ର, ଅର୍ପିତା ମହାପାତ୍ର, ରାଗିଣୀ ଦାସ, ଶ୍ଵେତା କୁମାରୀ ନାହାକ, ସୁରଭି ନାହାକ, ଅଙ୍କିତା ପାତ୍ର, ହଂସିକା ମହାରଣା, ରିୟା ନାହାକ, ଜ୍ୟୋତି ରାଣୀ ନାହାକ, ଅନୁପମ ସେଠୀ, ଅଂଶୁମାନ ନାହାକ, ସମରଜିତ ମୁନି, ଅନୁପ ନାହାକ ପ୍ରମୁଖ ବିଦ୍ୟାର୍ଥୀ ଏହି ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶିଶୁ ମନ୍ଦିରର ପ୍ରମୁଖ ଗୁରୁଜୀ ଓ ଗୁରୁମାମାନେ ସକ୍ରିୟ ସହଯୋଗ ଓ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.