ଟିଟିଲାଗଡ ସେଣ୍ଟଏନସ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ସେଣ୍ଟଏନସ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ନୂତନ ନୂତନ ପଦ୍ଧତିରେ ୨୨୦ଟି ପ୍ରକଳ୍ପ ନର୍ସରୀ ଠାରୁ ଆରମ୍ଭ କରି ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଦର୍ଶନୀ କରିଛନ୍ତି । ଖାସ କରି ଏବେର ଏଆଇ କନସେପ୍ଟକୁ ଆଧାର କରି ରୋବୋଟିକ ପ୍ରୋଜେକ୍ଟ ଅଭିଭାବକ ଦେଖି ବିସ୍ମିତ ହୋଇଯାଇଥିଲେ । ସେହିପରି ଗଣିତ, ବିଜ୍ଞାନର ବିଷୟ ବସ୍ତୁକୁ ଆଧାର କରି ଛୋଟ ଛୋଟ ଛୁଆ ମଧ୍ୟ ନିଜର ଦକ୍ଷତା ଦେଖେଇବା ପାଇଁ ଅଂଶ ଗ୍ରହଣ କରିଥିଲେ । ଏହି ବିଜ୍ଞାନ ମେଳା ପ୍ରୋଜେକ୍ଟ ଡାଇରେକ୍ଟର କିରଣ କୁମାର ଦାଶଙ୍କ ତତ୍ୱାବଧାନରେ ତଥା ବିଜ୍ଞାନ ଶିକ୍ଷୟିତ୍ରୀ ନିଶା ରାଣୀ ତାଣ୍ଡି, ଉମି ରୋମାନ ଖାଁ, ଗାୟତ୍ରୀ ମିଶ୍ର, ମାରିଆ ଥୋମାସ ଏବଂ ଶିକ୍ଷକ ବିଧୁ ଭୂଷଣ ମାଝୀ, ଅନିଲ ଦାସ, ନିହାର ପାଢ଼ୀଙ୍କ ସହଯୋଗ କ୍ରମେ ଏହି ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ସେହିପରି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭିନା ଭର୍ଗିସ ଓ ସ୍କୁଲର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଏହି ବିଜ୍ଞାନ ମେଳା ଅତି ସୁନ୍ଦର ଭାବରେ ପରିଚାଳନା କରିଛନ୍ତି । ଉତ୍କୃଷ୍ଟ ମାନର ପ୍ରକଳ୍ପ ପ୍ରଦର୍ଶନ ସହ ଭଲ ଭାବରେ ଯିଏ ନିଜ ପ୍ରୋଜେକ୍ଟକୁ ଅଭିଭାବକ ତଥା ଜଜ ମାନଙ୍କୁ ବୁଝାଇ ପାରିବ ତାଙ୍କୁ ହିଁ ପୁରସ୍କୃତ କରାଯିବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.