ଦେଓଗାଁ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଆବାହକ ଅମ୍ବରୀଶ ଭୋଇଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ଦେଓଗାଁ ବିଇଓ ମମତା ମହାଡ଼ିକ, ସମ୍ମାନିତ ଅତିଥି ଭାବେ ବନ୍ଧପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୂତି ଭୁଷଣ ବେହେରା ଯୋଗ ଦେଇଥିବା ବେଳେ ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପିକା ଭାଗ୍ୟଶ୍ରୀ ତ୍ରିପାଠୀ ଏବଂ ସାରଦା ଭଞ୍ଜଦେଓ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ଶୀର୍ଷକ କ୍ୱାଟମ୍ ଯୁଗର ଆରମ୍ଭ, ସମ୍ଭାବନା ଓ ଆହ୍ଵାନ ଉପରେ ମତ ପ୍ରକାଶ କରିଥିଲେ । ଏହି ସେମିନାର ପ୍ରତିଯୋଗିତାରେ ବିନୁସ୍ମିତା ସାମଲ, ରୋଜିତା ପଧାନ ଏବଂ ଶୁଭମ୍ ଅମାତ ଯଥାକ୍ରମେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ବିନୁସ୍ମିତା ସାମଲ ଆସନ୍ତା ୧୪ ତାରିଖ ଦିନ ଜିଲ୍ଲା ସ୍ତରୀୟ ସେମିନାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ରାଜ କିଶୋର ମିଶ୍ର ପରିଚାଳନା କରିଥିବା ବେଳେ ସୁବ୍ରତ ବାବୁ, ରାଜକିଶୋର ଦାସ, ସୁନିତା ମଲ୍ଲିକ, ପବିତ୍ର ମୋହନ ବୁଡେକ, ମମତା ମନହୀରା, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷକ ସୁବ୍ରତ ବାବୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.