jayashree

‘ବିଜ୍ଞାନ ସାହିତ୍ୟ ପରିଷଦ’ ତରଫରୁ ନଅଗାଁ(ଖ) ସୁଲତର ବିଜ୍ଞାନ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ଗତକାଲି ନଅ ଗାଁ(ଖ) ସ୍ଥିତ ୫ଟି ପଂଚାୟତ ହାଇସ୍କୁଲଠାରେ ଏକ ବିଜ୍ଞାନ ଖେଳନା ତିଆରି କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ସ୍କୁଲର ୨୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପରିଷଦର ସଭାପତି ଡ.ଅଭିମନ୍ୟୁ ମିଶ୍ର ଓ ‘ବିଜ୍ଞାନ ମଧୁପ’ର ସଂପାଦକ ଡ. ବିଏନ୍‌ ଶ୍ରୀକାନ୍ତ ଏହି କର୍ମଶାଳାକୁ ସଂଚାଳନ କରିଥିଲେ । ଭଙ୍ଗା ଶସ୍ତା ଉପକରଣରୁ ୨୮ଟି ଖେଳନା ପିଲାଙ୍କ ଆଗରେ ତିଆରି କରି, ସେଇ ଖେଳନା ମାନଙ୍କୁ ପିଲାଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଭାଗବତିଆ ସାହୁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଜାତୀୟ ବିଜ୍ଞାନ ଦିବସ ଦିନ, ଏହି ଖେଳନାମାନଙ୍କୁ ପିଲାମାନେ ପୁଣିଥରେ ହାତରେ ତିଆରି କରି ଅନ୍ୟ ପିଲାମାନଙ୍କୁ ପ୍ରଦର୍ଶନ କରିବେ ଓ ନିର୍ମାଣ କୌଶଳ, ତହିଁରେ ନିହିତ ଥିବା ବୈଜ୍ଞାନିକ ତତ୍ତ୍ୱକୁ ବୁଝାଇବେ । ଏହି କାର୍ଯ୍ୟକ୍ରମକୁ ସ୍କୁଲର ବିଜ୍ଞାନ ଶିକ୍ଷକ ବିକାଶ ପ୍ରଧାନ ଓ ଅନ୍ୟମାନେ ସଫଳ କରିବାରେ ସହଯୋଗ କରିଥିଲେ ।

ପରିଷଦର ଦ୍ୱାରା ପ୍ରକାଶିତ ‘ଖେଳରେ ବିଜ୍ଞାନ’ ପୁସ୍ତକର ୨୫ଖଣ୍ଡି କପି ପ୍ରଧାନ ଶିକ୍ଷକ ସ୍କୁଲ ପାଇଁ କିଣି ନେଇଥିଲେ । ଏହି ସ୍କୁଲର ପବିତ୍ର ସ୍ୱଚ୍ଛ ଶୃଙ୍ଖଳିତ ପରିବେଶ, ମନୋରମ ପାର୍କ, ଆଧୁନିକ ସ୍ମାର୍ଟ ଶ୍ରେଣୀ ଗୃହ ଓ ସୁବ୍ୟବସ୍ଥିତ ପରୀକ୍ଷାଗାରକୁ ଅତିଥିମାନେ ଭୂୟସୀ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.