oom

ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହ୍ୟ ସମ୍ପନ୍ନ ପୃଥୀରାଜ ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନୀର ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ଓ ବିଜ୍ଞାନ ପ୍ରତି ଆଗ୍ରହ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସଭାର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ଗୁଣାତ୍ମକ ପ୍ରକଳ୍ପ ତିଆରି କରିବା ପାଇଁ ଛାତ୍ରଛାତ୍ରୀ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗୁରୁତ୍ୱାରରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବନ ମଣ୍ଡଳ ଅଧିକାରୀ ନିତିଶ କୁମାର ନିଜ ଅଭିଜ୍ଞତାରୁ ପ୍ରକଳ୍ପ ନିର୍ମାଣର ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଡ. ରାହୁଲ ପ୍ରକାଶ, ଏନ୍‌ଆଇଏଫ୍‌, ଡିଏସ୍‌ଟି, ଭାରତ ସରକାରଙ୍କର ପ୍ରତିନିଧି ଭାବରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଏହି ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ସନାତନ ଠାକୁର ଯୋଗଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ସରୋଜ କୁମାର ନାୟକ ବିଜ୍ଞାନ ମେଳାର ବିବରଣୀ ପ୍ରଦାନ କରିଥିଲେ । ବିଚାରକ ମାନଙ୍କ ଦ୍ୱାରା ରାଜ୍ୟସ୍ତରକୁ ୭ଟି ପ୍ରକଳ୍ପ ମନୋନୀତ କରିଥିଲେ । ସେଗୁଡିକ କୃିଷ୍ଣାରାଣୀ ପାତ୍ର, ସରକାରୀ ବାଳିକା ବିଦ୍ୟାଳୟ, ବେଲପଡାର ପ୍ରକଳ୍ପ ଲାଇଫ୍‌ ହାଇ, ଆମଜିର ଭାଟି, ନୋଡାଲ ୟୁପି ସ୍କୁଲ ଲାଠୋରଙ୍କ ପ୍ରକଳ୍ପ ସୋଲାର୍‌ ଗ୍ଲାସ କଟର, ସୁପ୍ରିୟା ସାହୁ, ଓଏଭି ଚନ୍ଦ୍ରପୁରର ସୋଲାର ଅଟୋ କ୍ଲେଭ ପ୍ରିତ୍‌ ଅନୁରାଗ ଠାକୁର, ଓଏଭି ଭାଲୁମୁଣ୍ଡାର ଥାର୍ଡ ଆଇ, ମୋନାଲୀ ଗହୀର, ଓଏଭି ବିବିନାର ଅଟୋ ଡିଗ୍ରେଡେସନ ଅଫ୍‌ ପ୍ଲାଷ୍ଟିକ, ଆଲିଶା ତାଣ୍ଡି, ସୁରଜମଲ ହାଇସ୍କୁଲ, ସାଉନ୍ତପୁରର ଓମେନ ସେଫ୍‌ଟି ଡିଭାଇସ କାଜଲ ମେହେର, ଓଏଭି ବିବିନାର ମେଥମେଟିକାଲ ସ୍କୁଲ ଏବଂ ଜିଲ୍ଲାସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା(ଡିଏଲ୍‌ଇପିସି)ରେ ୧୩ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଛି । ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରେଷ୍ଠ ମାର୍ଗ ଦର୍ଶକ ଶିକ୍ଷକ ଭାବରେ ସ୍ୱସ୍ତି ବିଦ୍ୟାପୀଠ ଦେମୁଣର ହୃଷିକେଶ ମେହେର ଓ ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷୟତ୍ରୀ ଶିକତା ପଟେଲଙ୍କୁ ପୁରସ୍କୃତ କରାଯାଇଛି ଓ ପରିତୋଷ ମେମୋରିୟାଲ ଟ୍ରଫି ପଞ୍ଚାୟତ ହାଇସ୍କୁଲ ଅମ୍ବାପାଲିର ଅନୀଲ କୁମାର ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜ୍ଞାନ କମିଟିର ସମସ୍ତ ସଦସ୍ୟ ତଥା ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନାକୁ ଆନନ୍ଦ ବଡପଣ୍ଡା, ଶିବ ପ୍ରସାଦ ତ୍ରିପାଠୀ, ଅନୀଲ ନନ୍ଦ, ଅଶ୍ୱିନୀ ଷଡଙ୍ଗୀ, ବିଶ୍ୱଜିତ ପଧାନ ସହଯୋଗ କରିଥିଲେ । ରାମ ଗୋପାଳ ଖମାରୀ ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ପିଆର୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମତୀ ସନ୍ତୋଷିନୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.