ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦ୍ଯାପିତ ହୋଇଯାଇଛି । ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପାର୍ଚ୍ଚନା କରି କୃତି ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରି ମାର୍ଗଦର୍ଶନ ପୂର୍ବକ ଉଦ୍ଯାପନ ଘୋଷଣା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ପ୍ରମୁଖ ମମତା ଗୁରୁମା ବୃତ୍ତ କଥନ କରିଥିବା ବେଳେ ଚୈତନ୍ୟ ଗୁରୁଜୀ ବିଦ୍ୟାମନ୍ଦିର ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ସଂକୁଳରୁ ୧୮୮ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ, ପ୍ରଶଂମଞ୍ଚ, ପ୍ରୟୋଗ, ପତ୍ରବାଚନ ଓ ନିର୍ବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେଥିରୁ ୪୫ ଜଣ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଉନ୍ନିତ ହୋଇଥିଲେ । ଉଦଘାଟନୀ ଦିବସରେ କିଶୋର ବର୍ଗର ବିଭିନ୍ନ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ୧୭ ଜଣ ପରିଚାଳକ ପରିଚାଳନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Next Post