oom

ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ

jsmm

କଣ୍ଟାବାଞ୍ଜି, (କୌଳାଶ ସଗରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ଼ ଯୋଗୁଁ ବନ୍ଦ ଥିବା ସ୍କୁଲ ଗୁଡ଼ିକ ଖୋଲିବା ଅବସରରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ଉଦ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେବ ମାଝୀ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ସର୍ବ ପ୍ରଥମେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ସେନିଟାଇଜର ଦେଇ ହାତ ସଫା କରାଯାଇଥିଲା । ତା’ପରେ ଥର୍ମାଲ ସ୍କେନର ଓ ଆକ୍ସିମିଟର ମାଧ୍ୟମରେ ଦେହର ତାତି ଏବଂ ଅମ୍ଳଜାନ ସ୍ତର ମପା ଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ ପରେ ଜଣ ଜଣକୁ ସିନ୍ଦୂର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱ।ଗତ କରାଯାଇଥିଲା । ତା’ ପରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିଲା । ବିଜ୍ଞାନର ଉପକାରିତା ଓ ଅପକାରିତା ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଶିକ୍ଷକ କିଶୋର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.