oum

ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀ ମୃତ

jsm

ସୋନପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ନିଜେ ଶିକାର ହୋଇଗଲେ ଶିକାରୀ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ବୀରମହାରାଜପୁର ଥାନା ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାରାହ ଶିକାର କରିବାକୁ ଜଙ୍ଗଲରେ ହରିଶ୍ଚନ୍ଦ୍ର ବିଦ୍ୟୁତା ତାର ବିଛାଇଥିଲେ । କିନ୍ତୁ ସେହି ବିଦ୍ୟୁତ ତାରରେ ଲାଗି ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଲୋକ ଏକଥା ଜାଣିବାକୁ ପାଇଥିଲେ । ଖବର ପାଇ ଉଲୁଣ୍ଡା ବନ ବିଭାଗ ଟିମ୍ ଓ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.