ଟିଟିଲାଗଡରେ ୮ ଘଣ୍ଟିଆ ବିଦ୍ୟୁତ କାଟ, ସରକାରୀ ଡାକ୍ତରଖାନାରେ ଜେନେରେଟର ଠିକ ସେ କାମ କରୁନଥିବା ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଉପରେ ବାରମ୍ବାର କିଛି ନା କିଛି ଅଭିଯୋଗ ହୋଇ ଆସୁଛି । ବୁଧୁବାର ଦିନ ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚିତ କରାଯାଇ ବିଦ୍ୟୁତ କାଟ ହୋଇଛି । ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ବିଦ୍ୟୁତ କାଟ ହେଲେ ଜେନେରେଟର ବ୍ୟବହାର କରାଯାଏ କିନ୍ତୁ ସେହି ଜେନେରେଟର ବାରମ୍ବାର ବନ୍ଦ ହେଉଥିବା ଯୋଗୁଁ ଡ଼ାକ୍ତରଖାନାରେ ଶିଶୁ ୱାର୍ଡରେ ଭର୍ତି ଥିବା ଶିଶୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ ଏସ୍‌ଡିଏମ୍‌ଓ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି ଜଣେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଶିଶୁଙ୍କ ବାପା ବିଜୟ ମେହେର । ସରକାର ରୋଗୀମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରୁଥିବା ବେଳେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ରୋଗୀ ହଇରାଣ ହେବା ସାର ହେଉଛି । ଏ ଦୁଃଖ ବୁଝିବ କିଏ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.