oom

ଧାରଣାରତ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଚ୍‌ଏମ୍‌ଏସ୍‌

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗରରେ ଥିବା ଟିପିଏସଓଡିଏଲ କର୍ପୋରେଟ୍‌ ଅଫିସ ସମ୍ମୁଖରେ ସାଉଥ୍‌କୋ ୟୁଟିଲିଟିରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ନ୍ୟାଯ୍ୟ ଦାବି ନେଇ ଗତ ୬ ମାସରୁ ଊଦ୍ଧ୍ୱର୍ ଦିନ ଧରି ଧାରଣା ଦେଇଛନ୍ତି । ସମ୍ପ୍ରତି ଟାଟା ପାୱାର ଓଡ଼ିଶାର ବିଦ୍ୟୁତ ଯୋଗାଣ ସଂସ୍ଥାକୁ ହାତକୁ ନେବା ପରେ ଉକ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରୁନାହିଁ । ଫଳରେ ପ୍ରାୟ ୩ ହଜାର କର୍ମଚାରୀ ଜୀବିକା ହରାଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଇତିମଧ୍ୟରେ ଜିଲା ପ୍ରଶାସନ ହସ୍ତକ୍ଷେପ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବା ଉଦ୍‌ବେଗର ବିଷୟ । ଗୋଟିଏ ଜନକଲ୍ୟାଣ ସରକାରରେ ଏଭଳି ଘଟଣା ଆଦୌ ଶୁଭଙ୍କର ନୁହେଁ । ଅପରପକ୍ଷରେ ଧାରଣାରତ କର୍ମ·ରୀମାନେ ପୁନଃ ନିଯୁକ୍ତି ଦାବି କରି ଆସୁଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ମାନୁନାହାନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଟାଟା କମ୍ପାନୀ ସାଉଥ୍‌କୋ ୟୁଟିଲିଟିକୁ ନେବା ପରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି କରି ଗ୍ରାହକମାନଙ୍କ ଉପରେ ଆର୍ଥିକ ଭାର ଲଦି ଦେଇଛି । ୨୦୨୧ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରାୟ ୨୫ ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି କରି କମ୍ପାନୀ ନିଜର ପାଣ୍ଠି ବଢ଼ାଇ ଚାଲିଥିବା ବେଳେ କର୍ମ·ରୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ । ପୂର୍ବରୁ କମ୍ପାନୀ କରିଥିବା ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ଖିଲାପ କରିଛି । କମ୍ପାନୀର ମନମାନି ଚାଲିଥିବା ବେଳେ ଧାରଣାରତ କର୍ମଚାରୀଙ୍କ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ)ର ରାଜ୍ୟ ଉପସଭାପତି ରବି ରଥ ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଓଇଆର୍‌ସିର ଅଧ୍ୟକ୍ଷଙ୍କକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.