centurian jitm

ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଏକ ବଳଦର ଜୀବନ : ଅନ୍ୟ ଏକ ଷଣ୍ଢ ଗୁରୁତର

nschool

ବଣାଇ, (ନାରାୟଣ ଚନ୍ଦ୍ର ପେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଦରେଇକଲା ଗ୍ରାମ ନିକଟ ଜମି ପଡ଼ିଆରେ ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର୍ ସଂସ୍ପର୍ଶରେ ଆସି ଦରେଇକଲା ଗ୍ରାମର ଅଶୋକ ତ୍ରିପାଠୀଙ୍କ ଏକ ବଳଦର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଷଣ୍ଢ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଦୀର୍ଘଦିନ ହେବ ଦରେଇକଲା ଜମି ପଡ଼ିଆରେ ଏକ ବିପଦପୂର୍ଣ୍ଣ ଭାବେ ଟ୍ରାନ୍ସଫର୍ମର ରହିଥିବା ବେଳେ ସେ ଅଞ୍ଚଳରେ ଗାଈ, ବଳଦ, ଛେଳି, ଚରିଥାନ୍ତି କିନ୍ତୁ ଆଜି ଏକ ବଳଦ ଓ ଏକ ଷଣ୍ଢ ସେହି ଟ୍ରାନ୍ସଫର୍ମର ନିକଟରେ ଚରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବଳଦଟି ଘଟଣା‌‍ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଷଣ୍ଢଟି ସେହି ସ୍ଥାନରେ ଗୁରୁତର ଭାବେ ପଡ଼ିରହିଛି । ଏ ନେଇ ବିଦ୍ୟୁତ୍ ବିଭାଗକୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସରକାରୀ ନିୟମ ଅନୁଯାୟୀ ଟ୍ରାନ୍ସଫର୍ମର ଚାରିପଟେ ତାର ବାଡ ଦିଆଯିବାର ନିୟମ ରହିଥିଲେ ମଧ୍ୟ ବଣାଇ ବିଦ୍ୟୁତ୍ ବିଭାଗ ତାହା କାର୍ଯ୍ୟକାରୀ କରୁନାହିଁ ତେଣୁ ଆଗକୁ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି କୌଣସି ମଣିଷର ଜୀବନ ନଯିବ କହିହେଉ ନାହିଁ । ତେଣୁ ଯଥାଶୀଘ୍ର ଟ୍ରାନ୍ସଫର୍ମର ଚାରି ପାଖରେ ତାର ବାଡ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.