ବିଦ୍ୟୁତ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ଛାତ୍ରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଛାତ୍ରୀ ଉଷାରାଣୀ ରାଉତ ଶାନ୍ତିପଡ଼ାରେ ଏକ ଭଡ଼ାଘରେ ରହି ବଲାଙ୍ଗିର ବାଳିକା ମହାବିଦ୍ୟାଳରେ ଯୁକ୍ତ ତିନରେ ପଢ଼ୁଛନ୍ତି । ରବିବାର ସକାଳୁ ଛତ ଉପରକୁ କପଡ଼ା ଶୁଖାଇବାକୁ ଯାଇଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରୁ ଗୁରୁତର ଭାବେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସପିଟାଲର ବର୍ନ ୟୁନିଟରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.