ଦେଓଗାଁ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ : ବଢୁଛି ଜନ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅଞ୍ଚଳରେ କିଛି ଦିନ ହେଲା ଅଘୋଷିତ ବିଦ୍ୟତ କାଟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିତରଣ ପରିଚାଳନା ନେବାପରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ନେଇ ମତ ପ୍ରକାଶ ପାଉଛି । ଦିନ ରାତି ମିଶି ପ୍ରାୟ ତିନିରୁ ଚାରି ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । କୌଣସି ଅସୁବିଧା ନହେବା ସତ୍ୱେ ବିଦ୍ୟୁତ୍ କାଟ ହେଉଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.