jittmm
sonalika

ଛତ୍ରପୁରର ଏ.ଏସ୍.ବି.ଏମ୍.ର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦର୍ଶ ଶିଶୁ ବିଦ୍ୟାମନ୍ଦିର ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ତଥା ଏ.ଏସ୍.ବି.ଏମ୍. ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଳିତ ବର୍ଷ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଏ ନେଇ ଗତ ରବିବାର ଅନୁଷ୍ଠାନ ତରଫରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିଦ୍ୟାର୍ଥୀଙ୍କୁ ସମ୍ମାନୀତ କରାଯାଇଥିଲା । ସେମାନଙ୍କର ଉଜ୍ୱଳ ଭବିଷ୍ୟ କାମନା କରି ସାଧୁବାଦ ଅନୁଷ୍ଠାନର ମୁଖ୍ୟ ଆର୍. ରଘନାଥ ରେଡ୍ଡୀ ସାଧୁବାଦ ଜଣାଇଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପ୍ରକାଶିତ +୨ ପରୀକ୍ଷାରେ ଛତ୍ରପୁର ସ୍ଥିତ ଆଦର୍ଶ ଶିଶୁ ବିଦ୍ୟାମନ୍ଦିର, ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ୍ ର ଛାତ୍ରଛାତ୍ରୀମାନେ ଅତି ଉଚ୍ଚମାନର ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସର୍ବାଧିକ ନମ୍ବର ଧାରୀ ଛାତ୍ର କେ. ପ୍ରମୋଦ କୁମାର ପାତ୍ର ୫୧୫, ଅନୁଜ ପାତ୍ର ୫୦୮, ଛାତ୍ରୀ ଭୁବନେଶ୍ୱରୀ ନାୟକ ୪୯୩ ଏଥି ସହ ୨୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନରେ ପାସ୍ କରିଥିବା କୁହାଯାଇଛି । ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ଏହି ଅନୁଷ୍ଠାନ ବିଗତ ୧୦ ବର୍ଷ ଧରି ଛତ୍ରପୁର ଏନ୍.ଏ.ସି. ଓ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପ୍ରମୁଖ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ଆସିଥିବା ଶିଶୁମାନଙ୍କୁ ଏଠାରେ ଶିକ୍ଷା ଗ୍ରହଣ କରି ବେଶ୍ କୃତିତ୍ଵ ହାସଲ କରି ଆସୁଛନ୍ତି । ଏହି ଶିକ୍ଷାନୁଷ୍ଠାନର ଏଠାକାର ଏକ ନିର୍ଭରଯୋଗ୍ୟ ଶିକ୍ଷାନୁଷ୍ଠାନ ଭାବେ ନିଜର ଆଦର୍ଶତା ରଖିଆସିଛି । ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ ସାଂଗକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ମଧ୍ୟ ବର୍ତ୍ତମାନ କାର୍ଯ୍ୟରତ ଏବଂ ନିୟୋଜିତ ହୋଇଆସିଛନ୍ତି । ଅଧୁନା ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଶତପଥୀ ଓ ସମ୍ପାଦକ ଆର୍. ରଘୁନାଥ ରେଡ୍ଡୀଙ୍କ ସମେତ ସମସ୍ତ ଅଧ୍ୟାପକ +୨ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ , ମିଷ୍ଟାନ୍ନ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କୃତି ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ସଫଳତା ଓ ଆଗାମୀ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.