ହଳଦୀ, ସର୍ଗୁଲ ଓ କୁର୍ଲୁବାହାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ, ସର୍ଗୁଲ ଓ କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆଭାଷି ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ହଳଦୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ସରପଞ୍ଚ ସୌମୀନା ସେଠ, ସମିତି ସଭ୍ୟ ଟୁନାମଣି ମହାନନ୍ଦ, ହଳଦୀ ସିଆର୍ସିସି ଯାଜ୍ଞସେନୀ ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ନରହରି ପଶାୟତ, ମାଳିଶିରା ହାଇସ୍କୁଲ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ, ହଳଦୀ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ରଣା, ସମାଜସେବୀ ଚୈତନ୍ୟ ମହାନନ୍ଦ, ସୁବାସ ପୋଡ଼, ପ୍ରଧାନଶିକ୍ଷକ ସ୍ଵପ୍ନେଶ୍ୱର ମହାକୁର, ଜମିଦାତା ରବି ନାରାୟଣ ମହାନନ୍ଦଙ୍କ ସମ୍ପର୍କୀୟ ଦିନେଶ କୁମ୍ଭାର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତୀର୍ଥ ହାତୀ, ଗୋପବନ୍ଧୁ ଦାସଙ୍କ ସହ ବହୁ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି ଓ ଦୁର୍ଗାନନ୍ଦ ମହାକୁରଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ସଂଯୋଜନା ଅଧ୍ୟାପକ ଦିଲ୍ଲୀପ ପଶାୟତ କରିଥିବା ବେଳେ ହଳଦୀ ନୋଡାଲ ସ୍କୁଲ ପ୍ରଧାନଶିକ୍ଷକ କିଶୋର କୁମାର ଝାଙ୍କର ଧନ୍ୟବାଦ ଦେଇଥିଲେ । ସେହିପରି ସର୍ଗୁଲ ଖେଳ ପଡିଆଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ନାଗଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣକ୍ଷ, ସମ୍ମାନିତ ଅତିଥି ଭାବେ ଇଛାପଡ଼ା ସରପଞ୍ଚ ସୁଭାଷିନୀ ବେହେରା, ସମିତି ସଭ୍ୟ ତୋଫାନ ନାଗ, ଏବିଇଓ କାନ୍ତାରାମ ଧରୁଆ, ବାନ୍ଦୁପଲା ସିଆରସିସି ଲିଲୁମୋହନ ପଧାନ, ସର୍ଗୁଲ ସ୍କୁଲ କମିଟି ସଭାପତି ଲିଙ୍ଗରାଜ ବେଣ୍ଟକାର ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ ଭୋଜରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଚଳକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀ ଧନ୍ୟବାଦ ଦେଇଥିଲେ । ଏଥିରେ ପ୍ରକାଶ କୁମାର ପ୍ରଧାନ, ଜଗ ମୋହନ ରାଉତ, ନମିତା ଜାନି, ଆରତୀ ସିଂ ବରିହା, ରିତୁ ଭୋଇ, ପ୍ରମିଳା ସୁନା, ଦିବ୍ୟକାନ୍ତି ଭୋଇ, ସବିତା ପ୍ରଧାନୀ, ହୃଷୀକେଶ ଅଦା, ଶଶିକାନ୍ତ ନାଗ, ଯଦୁମଣି ବେନିଆ, ଯୋଦ୍ଧାଜିତ୍ ମହାଲିଙ୍ଗ, ଜ୍ୟୋତି ରଞ୍ଜନ ବର୍ଗେ, କୈଳାଶ ଚନ୍ଦ୍ର ସାହୁ, ବିକାଶ ରଞ୍ଜନ ଭୋଇ, ଶଙ୍କର ନାଗ ସମେତ ସର୍ଗୁଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା,ବାନ୍ଦୁପଲା ଆଞ୍ଚଲିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସର୍ଗୁଲ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଇନ୍ଦୁମତି ବାରିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକଙ୍କ କଣ୍ଟାବାଞ୍ଜି ପ୍ରତିନିଧି ପୁରନ୍ଦର ବାଗ, ଜିଲ୍ଲା ପରିଷଦ ଉପସଭାପତି ମିଥିଲା ମାଝୀ, ଚନାବାହାଲ ସରପଞ୍ଚ କୁନ୍ତି ମେହେର, ସମିତି ସଭ୍ୟ ପୁଷ୍ପାଞ୍ଚଳି ଧରୁଆ, ଏବିଇଓ କୈଳାଶ ଚନ୍ଦ୍ର ଭୋଇ, ବଡସାଇମରା ସିଆର୍ସିସି ନକୁଲ ମାଝୀ, କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଜାତା ନିଆଲ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ବିନୋଦ ମହାପାତ୍ର ସଂଯୋଜନା କରିଥିବା ବେଳେ ପ୍ରଶନ୍ନ ହାତୀ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ରମେଶ ସାହୁ, ରଘୁନାଥ ଗିରି, ସତ୍ୟଜିତ ସାହୁ, କିଷାନ ମାଝୀ, ରିନା ଟିଗା, ଦୀପ୍ତି ପଣ୍ଡା, ସତିକସଜନ ଓରାମ, ବିକ୍ରମ ଲାକ୍ରା, ସନ୍ତେଷ ବାରିକ, କ୍ଷିରେଶ୍ଵରୀ ପଧାନ, ରାମଚନ୍ଦ୍ର ମହାନନ୍ଦ, ସୁଦର୍ଶନ ବେହେରା, ଅରୁଣ ଭୋଇ ସମେତ କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ବଡ଼ସାଇମରା ଆଞ୍ଚଲିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କୁର୍ଲୁବାହାଲ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।