oom

ସାଲେପାଲି ବିଦ୍ୟାଳୟର ଶୋଚନୀୟ ଅବସ୍ଥା : ଶିକ୍ଷା ବିଭାଗ ନିରବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ସାଲେପାଲି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି । ସୂଚନା ଅନୁସାରେ ଯେଉଁ ବିଦ୍ୟାଳୟ ମାନଙ୍କୁ ସରକାର ବନ୍ଦ କରିଦେଇଛନ୍‌ତି ସେହି ପ୍ରାଥମିକ ବିଦ୍ୟାଳୟ ଗୁଡିକରୁ (ରଣାଜିତପୁର, ଖଣ୍ଡିଝରଣ, ମହାରାଣୀ ମେରୀପୁର ପ୍ରଭୃତି) ଛାତ୍ର ଛାତ୍ରୀମାନେ ପଢିବାକୁ ଆସିଥାନ୍ତି । ଏବେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ସଂଖ୍ୟା ୧୮୪ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି । ହେଲେ ପରିତାପର ବିଷୟ ଯେ, ସରକାର ଶିକ୍ଷା ବିଭାଗକୁ ୫ଟି ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ କରୁଥିବା ବେଳେ ଏହି ବିଦ୍ୟାଳୟରେ ମାତ୍ର ତିନିଟି ଶ୍ରେଣୀ ଗୃହ ଅଛି ଯାହା ଫଳରେ କି ଛାତ୍ରଛାତ୍ରୀମାନଙ୍କୁ ଷ୍ଟୋର ରୁମ, ରୋଷେଇ ଘର, ବାରଣ୍ଡାରେ ସାତ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି । ହେଲେ ଛୋଟ ପିଲା ମାନଙ୍କୁ ପଢ଼ାଇବା ପାଇଁ କଳାପଟା ନାହିଁ । ଏପରି କି ଇଲେକ୍ଟ୍ରି ନାହିଁ, ପିଲାମାନେ ପ୍ରବଳ ଗରମରେ ଅଧିକ ସମୟ ବସି ପାରୁନାହାନ୍ତି । ଶୌଚାଳୟ ନଥିବାରୁ ଛାତ୍ରୀମାନଙ୍କ ସମସ୍ୟା ଦେଖା ଦେଉଛି । ହେଲେ ଏ ବିଷୟରେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ଯେ ଏହି ବିଦ୍ୟାଳୟ ଟିକୁ “ବିଜୁ ହା୍ୱେ” ରାସ୍ତା ତିଆରି ସମୟରେ ଭାଙ୍ଗି ଦିଆଯାଇଛି ହେଲେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଆଜି ନିରୀହ ଛାତ୍ର ଛାତ୍ରୀ ମାନେ କୋଭିଡ ପରେ ବିଦ୍ୟାଳୟରେ ପଢ଼ିବା ପାଇଁ ଶ୍ରେଣୀ ଗୃହ ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଯଦି ତୁରନ୍ତ ସମସ୍ୟାର ସମାଧାନ କରାନଯାଏ ତାହା ହେଲେ ଗ୍ରାମବାସୀ ଏବଂ ଆଜାଦ ହିନ୍ଦ ଯୁବକ ସଙ୍ଘ, ସାଲେପାଲି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

jittmm
Leave A Reply

Your email address will not be published.