oom

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ‘ଫର୍ଟିଚିଉଡ଼୍‌’

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷା ପାଖେଇ ଆସୁଛି । ପରୀକ୍ଷ ସମୟ ହେଉଛି କୁନି ପିଲା ମାନଙ୍କ ପାଇଁ ସଂଶୟର ସମୟ । ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ପିଲା ମାନଙ୍କ ମନର ସଂଶୟ ଓ ପରୀକ୍ଷା ଭୟକୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ବାରିକଙ୍କ ନିର୍ଦ୍ଦେଶ କ୍ରମେ ତଥା କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇଯାଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫର୍ଟିଚିଉଡ଼୍‌’ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ପିଲା ଓ ତାଙ୍କ ପିତାମାତାଙ୍କର ଶଙ୍କା ନିବାରଣ କରୁଛନ୍ତି । ପିଲାର ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କରି ପିଲାର ପାଠପଢା କ୍ଷେତ୍ରରେ ଯଦି କିଛି ବାଧା ଅଛି ତାକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି । ପିଲାକୁ ପ୍ରତିଦିନ ପରୀକ୍ଷାର ପୂର୍ବ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟକୁ ପଠାଇବାକୁ ପିତାମାତାଙ୍କୁ ଅନୁରୋଧ କରୁଛନ୍ତି । ବିଦ୍ୟାଳୟର ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବିଦ୍ୟାଳୟ ସମୟ ବାହାରେ ଗୃହ ପରିଦର୍ଶନ କରୁଛନ୍ତି । ଛାତ୍ରୀ ମାନଙ୍କ ପିତାମାତା ତଥା ଅଭିଭାବକ ମାନଙ୍କ ତରଫରୁ ବିଦ୍ୟାଳୟର ଏହି ଅଭିନବ ପ୍ରୟାସକୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମ ପରୀକ୍ଷାର ଶେଷଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.