ଭିଜିଲାନ୍ସ ଜାଲରେ ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜଣେ ଛାତ୍ରୀଙ୍କୁ ଗୋପାଳପୁର ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷରେ ନାମ ଲେଖାଇବା ଏବଂ ପରୀକ୍ଷାରେ ସହଯୋଗ କରିବାପାଇଁ ଅଧ୍ୟକ୍ଷ ନବୀନ କୁମାର ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଏହି ଅଭିଯୋଗ ଆଣିଛନ୍ତି ସୁମିତ୍ରା ନାଏକ ନାମକ ଜଣେ ଅଭିଭାବିକା । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.