
ବଲାଙ୍ଗିର ଲର୍କିପାଲି ଏଲ୍ଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ : ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍କୁ ସିଲ୍ କଲା ପୋଲିସ

ବଲାଙ୍ଗିର, (କେପିଏନ୍ଏସ୍) : ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଏହି ମାମଲାରେ ବଲାଙ୍ଗିର ଲର୍କିପାଲିସ୍ଥିତ ଏଲ୍ଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ ଅରମ୍ଭ କରିଥିବା ବେଳେ ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି । ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ ନେଇ ମଧ୍ୟ ପୋଲିସ ପଚରାଉଚରା କରିଥିବା ସୂଚନା ମିଳିଛି । ତେବେ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ ନମ୍ବର-୧କୁ ତଦନ୍ତକାରୀ ପୁଲିସ ଦ୍ୱାରା ସିଲ୍ କରାଯାଇଥିବା ପୋଲିସ୍ ଟିମ୍ ସୂଚନା ଦେଇଛି ।