oom

ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଲେ କଳିକେଶ ଓ ଲିକା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ତଥା ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଚେୟାର୍‌ମେନ୍‌ ତଥା ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଜନ ପ୍ରତିନିଧି ପଦ୍ମଶ୍ରୀ ଡ. ଉଦ୍‌ଗାତାଙ୍କୁ ତାଙ୍କ ବାସଗୃହକୁ ପହଂଚି ଏହି ସଫଳତା ଯୋଗୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସାରା ଓଡିଶାରୁ ପଦ୍ମଶ୍ରୀ ଡ. ଉଦ୍‌ଗାତାଙ୍କ ନିକଟକୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବଲାଙ୍ଗିର ମାଟି ଆଜି ଅତିବଡ଼ୀ ଜଗନ୍ନାଥ ଦାଶ ପୁରସ୍କାର ଓ ଗଙ୍ଗାଧର ରଥ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇପାରିଥିବା ଯୋଗୁଁ ପଦ୍ମଶ୍ରୀ ଉଦ୍‌ଗାତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.