ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧିନସ୍ଥ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ଓଡିଶା ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ସାମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ବିଚାରକ ଭାବେ ନୃତ୍ୟ ପ୍ରଶିକ୍ଷକ ସୁଦର୍ଶନ ପାଢୀ ଓ ସାହିତ୍ୟିକ ବସନ୍ତ ଶାସମଲ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ମାର୍ଗ ଦର୍ଶନ କରି ପୁରସ୍କାର ବିତରଣ କରିଥିଲେ । ସାଂସ୍କୃତିକ ନୃତ୍ୟରେ ଜ୍ୟେଷ୍ଠ ବିଭାଗରେ ପ୍ରଥମ ସୌଭାଗ୍ୟବତୀ ଶତପଥୀ ଦ୍ୱିତୀୟ କାଜଲ ମୁଦୁଲୀ ତୃତୀୟ ସୋନାକ୍ଷୀ ପଲ୍ଲାଇ । କନିଷ୍ଠରେ ପ୍ରଥମ ବିଜୟ ଲକ୍ଷ୍ମୀ ସାହୁ, ଦ୍ୱିତୀୟ ସାଇ ମୌସୁମୀ ପଟ୍ଟନାୟକ, ତୃତୀୟ ବି. କୀର୍ତି ରାଣୀ ଦୋରା । ଚିତ୍ରାଙ୍କନରେ ଜ୍ୟେଷ୍ଠ ଓ କନିଷ୍ଠରେ ପ୍ରଥମ ରିୟାଂଶୁ ପଲ୍ଲାଇ ଓ ଶକ୍ତି ପ୍ରଶାଦ ଗୌଡ଼ ଜ୍ୟେଷ୍ଠ, ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଓ ମେହେକ ସାହୁ ଜ୍ୟେଷ୍ଠ, ତୃତୀୟ ଦିଶାନ୍ତ ସ୍ୱାଇଁ ଓ ଉମାଶ୍ରୀ ମହାରଣା ଜ୍ୟେଷ୍ଠ । ସାଧାରଣ ଜ୍ଞାନରେ ଜ୍ୟେଷ୍ଠ ଓ କନିଷ୍ଠରେ ପ୍ରଥମ ସାଇଶୁଭମ ସାହୁ ଓ ଟି. ପ୍ରତିଜ୍ଞା ରେଡ୍ଡୀ ଜ୍ୟେଷ୍ଠ, ଦ୍ୱିତୀୟ ଦିବ୍ୟରଞ୍ଜନ ରଥ ଓ ଦିବ୍ୟଜ୍ୟୋତି ମହାରଣା ଜ୍ୟେଷ୍ଠ, ତୃତୀୟ ଶୁଭମଦାଶ ଓ ପ୍ରୀତି ପ୍ରଭା ଶାସମଲ ଜ୍ୟେଷ୍ଠ ଓ ଆଶୁତୋଷ ପଟ୍ଟନାୟକ କୃତିତ୍ୱ ଅର୍ଜନ କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସର୍ବ ମୋଟ ୧୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଉପ ପ୍ରଧାନ ଆଚାର୍ଯ୍ୟା ଅପରାଜିତା ରଥ ଧନ୍ୟବାଦ ଦେଇଥିଲେ । ଆଚାର୍ଯ୍ୟ ରବିନ୍ଦ୍ର କୁମାର ସ୍ୱାଇଁ, ସଞ୍ଜୟ କୁମାର ବେହେରା, ମିନାକ୍ଷୀ ପଲେଇ, ପ୍ରୀତି ରାଣୀ ଗୌଡ଼, ମୋନାଲିଶା ଗୌଡ଼, ନିହାରିକା ସ୍ୱାଇଁ, ପିଙ୍କି ଜେନା, ଇନ୍ଦିରା ରେଡ୍ଡୀ ଓ ବିନୁ ସାହୁ ପ୍ରମୁଖ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.