
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି କାର୍ଯ୍ୟାଳୟ ଠାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପଦ୍ମପୁର ବିଜେପି ଟାଉନ ସଭାପତି ସୁନୀଲ ଅଗ୍ରୱାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ତାଙ୍କ ଅଭିଭାଷଣରେ କହିଥିଲେ ବିଜେପି ପାଇଁ ଡ଼.ମୁଖାର୍ଜୀ ଯେଉଁ ଭଳି ଭାବରେ ନିଜକୁ ବଳିଦାନ ଦେଇ ଆଗକୁ ବଢେଇ ନେଇଥିଲେ ଠିକ ସେହିପରି ଆମେ ମାନେ ମଧ୍ୟ ନିଜକୁ ତାଙ୍କ ଅନୁସରଣ କରି ଆଗେଇଯିବା ବୋଲି କହିଥିଲେ । ଆଜିର ବଳିଦାନ ଦିବସରେ ପ୍ରିତମ ମେହେର (ପୂର୍ବତନ ଏନଏସି ଚେୟାରମେନ, ପଦ୍ମପୁର ) କହିଥିଲେ ସମସ୍ତ କାର୍ଯ୍ୟକର୍ତ୍ତା ଏକ ହୋଇ, ନିଜ ଭିତରେ ମନୋମାଳନ୍ୟ ନ ରଖି ଆଗାମୀ ପଂଚାୟତ ନିର୍ବାଚନ ରେ ବିଜେଡିକୁ ବାଜିମାତ କରିବା ପାଇଁ ନିଜକୁ ଏକଜୁଟ ହେବାପାଇଁ ତାଙ୍କର ବକ୍ତବ୍ୟ ରଖିଥିଲେ । ଆଜିର ଏହି ସଭାରେ ସମସ୍ତ ମଣ୍ଡଳ ସଭାପତି, ନିରୋଜ ଦାଶ, ସୁବ୍ରତ କୁମାର ସାହୁ, ପ୍ରତାପ ନାଥ, ନୀଳାଚଳ ଭାଇ, ପ୍ରମୋଦ ମେହେର, ଚିନ୍ମୟ ମେହେର, ପରମାନନ୍ଦ ସାହା, ସୌମ୍ୟଜିତ ପାଢି ଉପସ୍ଥିତ ଥିଲେ । ପରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ଆଜି ଜନ୍ମ ଦିବସ ଉପଲକ୍ଷେ କାର୍ଯ୍ୟାଳୟଠାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଜନ୍ମ ଦିବସ ପାଳନ କରାଯାଇଥିଲା । ଗୋବର୍ଦ୍ଧନ ଭୁଏ ମହୋଦୟଙ୍କୁ ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣେଇଥିଲେ ।