
ବଲାଙ୍ଗିର : ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଶନିବାର ଅପରାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ରାୟପୁରର ରାମକୃଷ୍ଣ ହସ୍ପିଟାଲକୁ ନିଆଯାଇଛି । ଏବେ ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି । ତେବେ ବିଧାୟକ ଅସୁସ୍ଥ ହେବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ ଯୋଗେ ଜୈନଙ୍କ ସହ କଥା ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।