ବିଧାୟିକା ବର୍ଷାଙ୍କ ସହ ସାମ୍ବାଦିକଙ୍କ ସୌଜନ୍ୟମୂଳକ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନୃସିଂହନାଥ ବିନ୍ଧ୍ୟବାସିନୀ ଅତିଥି ଭବନରେ ସୋମବାର ଝାରବନ୍ଧ, ପାଇକମାଲ, ପଦ୍ମପୁରର ସାମ୍ବାଦିକ ପ୍ରତିନିଧି ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥି, ସଂଘର ଉପଦେଷ୍ଟା ଲାଲ ବିହାରୀ ମିଶ୍ର, ଝାରବନ୍ଧ ବ୍ଲକ ସାମ୍ବାଦିକ ସଂଘ ସଦସ୍ୟ ଦେବେନ୍ଦ୍ର ସାହୁ ପ୍ରମୁଖ ସମ୍ବର୍ଦ୍ଧନା ଦେଇଥିଲେ । ପରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ବିଧାୟକ ଅନୁଦାନ ପାଣ୍ଠିରୁ ନିର୍ମାଣାଧୀନ ସାମ୍ବାଦିକ ଭବନ ବୁଲି ଦେଖିଥିଲେ । ତାଙ୍କ ସହ ବ୍ଲକ ପ୍ରତିନିଧି ହୃଦାନନ୍ଦ ବାରିକ ସାମିଲ ଥିଲେ ।

Leave A Reply

Your email address will not be published.