oom

କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ନେଇ କଣ୍ଟାବାଞ୍ଜି ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ଜୋର ଧରୁଛି । ଦୀର୍ଘ ବର୍ଷରୁ କୁଣ୍ଡାବୁଟୁଲା ପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବି ହୋଇଆସୁଛି । ବିଭିନ୍ନ ସମୟରେ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଭୌଗୋଳିକ ଦୃଷ୍ଟିରୁ କୁଣ୍ଡାବୁଟୁଲା ମଧ୍ୟବର୍ତ୍ତୀ ସ୍ଥାନ ହୋଇଥିବାରୁ କୁଣ୍ଡାବୁଟୁଲାକୁ ଦୀର୍ଘ ବର୍ଷରୁ ବ୍ଲକ ମାନ୍ୟତା ଦାବି କରାଯାଉଛି । ଆଜି କୁଣ୍ଡାବୁଟୁଲା ପଂଚାୟତକୁ ବ୍ଲକ ଦାବି ନେଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରାଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ ଓ କୁଣ୍ଡାବୁଟୁଲାକୁ ନୂତନ ବ୍ଲକ ମାନ୍ୟତା ଘୋଷଣା କରାଯିବା ପାଇଁ ଦାବି କରିଥିଲେ । ବ୍ଲକ ଘୋଷଣା ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଅଞ୍ଚଳବାସୀ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ । ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.