ପୁଞ୍ଜିପଥର ନଗର ବନ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଡ଼ଙ୍ଗରବୁଢା ପୀଠ ପୁଞ୍ଜିପଥର ନିକଟରେ ବନ ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ନଗର ବନକୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ବଲାଙ୍ଗିର ଡିଏଫ୍ଓ ସୁଦର୍ଶନ ବେହେରା, ରେଞ୍ଜର ପଦ୍ମନାଭ କୁମ୍ଭାର, ଫରେଷ୍ଟର ଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନଗର ବନରେ ଲୋକଙ୍କ ବୁଲିବା ପାଇଁ ପାର୍କ କରାଯାଇଛି । ବିଧାୟକ ଏହି ନଗର ବନରେ ଚାରା ରୋପଣ କରିଥିଲେ । ପାର୍କ ବୁଲିବା ସହ ରେଷ୍ଟ ସେଡରେ ବସିବା ସହ ଖୋଲା ଜିମରେ କିଛି ସମୟ ବିଧାୟକଙ୍କ ବ୍ୟାୟାମ କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବନ ବିଭାଗର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.