ରାଇଫଲ୍‌ ଏସୋସିଏସନ୍‌ର ଅଫ୍‌ ଇଣ୍ଡିଆର ସଭାପତି ହେଲେ ବଲାଙ୍ଗିର ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଇଫଲ୍‌ ଏସୋସିଏସନ୍‌ର ଅଫ୍‌ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଆଜି ଦିଲ୍ଲୀରେ ବିଧାୟକ କଳିକେଶ ରାଇଫଲ୍‌ ଏସୋସିଏସନ୍‌ର ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଦୀର୍ଘଦିନ ଧରି ଦାୟିତ୍ୱରେ ଥିବା ସଭାପତି ରଣେନ୍ଦର ସିଂଙ୍କ ଇସ୍ତଫା ପରେ ଗତ ବର୍ଷ ଠାରୁ ଏନ୍‌ଆର୍‌ଏଆଇର ସମସ୍ତ କାର୍ଯ୍ୟ ପରିଚଳନା କରି ଆସୁଥିଲେ କଳିକେଶ । ଆଜି ବିଧିବଦ୍ଧ ଭାବେ କଳିକେଶ ରାଇଫଲ୍‌ ଏସୋସିଏସନ୍‌ର ଅଫ୍‌ ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବା ପରେ ଶୁଭେଚ୍ଛୁଙ୍କ ମହଲରୁ କଳିକେଶଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.