om academy

ବିଧାୟକ ଲକ୍ଷ୍ମଣଙ୍କ ହସ୍ତକ୍ଷେପ ପରେ ଅଧାରେ ଅଟକିଲା ଜବର୍‌ ଦଖଲ୍‌ ଉଚ୍ଛେଦ କାମ

jsm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାର କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ ଅମୃତ ଭାରତ ରେଲୱେ ଷ୍ଟେସନ ଯୋଜନାରେ ସାମିଲ କଲା ପରେ, କଣ୍ଟାବାଞ୍ଜି ରେଲୱେ ଷ୍ଟେସନର ଉନ୍ନତି ପାଇଁ ରେଲୱେ ଜମି ଉପରେ ବସବାସ କରୁଥିବା ଲୋକମାନଙ୍କୁ ଗତ ବର୍ଷରୁ ନୋଟିସ୍‌ ଜାରି କରିଥିଲେ । ଏହାପରେ କିଛି ନେତାଙ୍କ ହସ୍ତକ୍ଷେପ ପରେ ରେଲୱେ ସ୍ଥାନ ଛାଡ଼ିବାକୁ ଏକ ବର୍ଷ ସମୟ ଦେଇଥିଲେ ରେଳ ବିଭାଗ କର୍ତ୍ତୃପକ୍ଷ । ତେବେ ପୁଣିଥରେ ରେଲେୱେ ଜାଗା ଖାଲି କରିବାକୁ ୧୦ ଦିନ ତଳେ ନୋଟିସ୍‌ ଜାରି କରି ୧୦ ଦିନର ସମୟ ଦେଇଥିଲେ ଓ ଗତକାଲି ୧୦ ଦିନ ସମୟ ସରିଯାଇଛି । ଫଳରେ ରେଳ ବିଭାଗ ପକ୍ଷରୁ ତୋଡ୍‌ଫୋଡ୍‌ କ୍ରା୍ୟ ଆରମ୍ଭ କରାଯାଇଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଘଟଣାସ୍ଥଳରେ ପହଞ୍ଚି ଜବର୍‌ ଦଖଲ୍‌ ଉଚ୍ଛେଦରେ ନିୟୋଜିତ ଗାଡ଼ିମାନଙ୍କର କାଗଜପତ୍ର ଯାଞ୍ଚ କରିବା ସହ ଅନ୍ୟ କାଗଜପତ୍ର ଯାଂଚ କରିଥିଲେ ଓ କାଗଜପତ୍ର ସଠିକ୍‌ ନଥିବା ଜାଣିବାକୁ ପାଇଥିଲେ । ବିଧାୟକଙ୍କ ହସ୍ତକ୍ଷେପ ପରେ ବାଧ୍ୟ ହୋଇ ଅଧାରେ ଜବର୍‌ ଦଖଲ୍‌ ଉଚ୍ଛେଦ କାମକୁ ସ୍ଥଗିତ ରଖିଛି ରେଳ ବିଭାଗ ।

Leave A Reply

Your email address will not be published.