କଣ୍ଟାବାଞ୍ଜି ଏନ୍‌.ଏ.ସି. କର୍ମଚାରୀଙ୍କ ଦ୍ୱାରା ନବନିର୍ବାଚିତ ବିଧାୟକ ଶ୍ରୀ ବାଗଙ୍କୁ ସମ୍ବର୍ଦ୍ଧନା

  • ଏନ୍‌. ଏ. ସି.ରେ ବସବାସ କରୁଥିବା ଜନସାଧାରଣଙ୍କୁ ମୌଲିକ ସୁବିଧା ସୁଯୋଗ ଦେବା ପାଇଁ ଜଣାଇଲେ ଅନୁରୋଧ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌. ଏ. ସି. କର୍ମଚାରୀ ଦ୍ୱାରା ବୁଧବାର ଦିନ ଏନ୍‌. ଏ. ସି. ସଭାଗୃହରେ ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏନ୍‌. ଏ. ସି. ସଭାଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଏନ୍‌. ଏ. ସି. ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଟିତ ହୋଇଛି । ସଭାରେ ଏନ୍‌. ଏ. ସି.ର ସମସ୍ତ କର୍ମଚାରୀ ପ୍ରଥମେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ଏହା ପରେ କଣ୍ଟାବାଞ୍ଜି ଏନ୍‌. ଏ. ସି.ରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ସୁବିଧା ସୁଯୋଗ କିପରି ସହଜରେ ପାଇ ପାରିବେ ଏଥି ପ୍ରତି କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ବିଧାୟକ ଶ୍ରୀ ବାଗ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ । ସଭାରେ ମ୍ୟୁନିସିପାଲ ଇଂଜିନିୟର ଅଶୋକ କୁମାର ପଟ୍ଟନାୟକ, ବିଜେପି କାଉନ୍‌ସିଲର ନିଳକଣ୍ଠ ଶତପଥି, ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଲୋକସଭା ସାଂସଦ ପ୍ରତିନିଧି ଘାସିରାମ ଜୈନ, ବେଦବ୍ୟାସ ନାଗ, ପ୍ରତିପ ବାଗ, ଅଜ୍ଜୁ ଶର୍ମା, ଦିପକ ସେଲମା, ପପ୍ପୁ ଜୁଏଡ, ରାନୁ ଘିଭେଲା ସହ ସମସ୍ତ ଏନ୍‌. ଏ. ସି. କର୍ମଚାରୀ ଉପସ୍ଥିତ ଥିଲେ । ଏନ୍‌. ଏ. ସି. ଦ୍ୱାରା ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏନ୍‌. ଏ. ସି. ନଗରପାଳ, ଉପନଗରପାଳ କିମ୍ବା ଅନ୍ୟ କାଉନ୍‌ସିଲର୍‌ ମାନେ ଉପସ୍ଥିତ ନଥିବାରୁ ଏନ୍‌. ଏ. ସି. କାଉନ୍‌ସିଲର୍‌ ଏପରି ମନୋଭାବକୁ ବୁଦ୍ଧିଜୀବୀ ମହଳରେ ଆଲୋଚନା ହେଉଛି ।

Leave A Reply

Your email address will not be published.