ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୦୧୪ରେ ନିର୍ବାଚନକୁ ଆଖିଆଗରେ ରଖି ୨୦୧୩ ମସିହାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ବର୍ଷରୁ ଦାବୀ ହୋଉଥିବା କୋଏଲ ବାରେଜ ନିର୍ମାଣ ପାଇଁ ଫଳକ ଲଗାଇ ଥିଲେ । କାମହେବାତ ଦୂରର କଥା ଏହାର ଫଳକ କୁଆଡେ଼ ଉଭେଇ ଗଲା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣି ଗାର ସଦୃଶ୍ୟ ହେଲା । ବହୁ ଜନ ଆନ୍ଦୋଳନ, ସମାଲୋଚନା ଓ ଜନତାଙ୍କ ଦାବୀ ଯୋଗୁଁ ପୁନର୍ବାର ୨୦୧୯ ନିର୍ବାଚନ ଆଗରୁ ନିର୍ମାଣ କରିବାକୁ ଘୋଷଣା କଲେ ଓ ଫଳକ ଲଗାଇଲେ । ପରିଷେଶରେ ୨୦୨୩ ମସିଆରେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ନଦୀ ଅପରପଟେ ରହୁଥିବା ଗ୍ରାମବାସୀ ମାନେ ବର୍ଷା ଦିନେ ଡଙ୍ଗାରେ, ଖରାଦିନେ ବାଉଁଶରେ ନିର୍ମିତ ପୋଲ ଉପରେ ସାଇକେଲ, ମୋଟର ସାଇକଲ ଓ ମୁଣ୍ଡରେ ବୋହି ପରିବା ବିକିକାକୁ ଆସୁଛନ୍ତି, ସ୍କୁଲ କଲେଜରେ ପଢ଼ୁ ଥିବା ବିଦ୍ୟାର୍ଥୀ, ହସ୍ପିଟାଲ୍‌କୁ ଆସୁଥିବା ଅସୁସ୍ଥ ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଶ୍ରୀ ତନ୍ତୀ ପଥଚାରୀଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସେମାନେ କି ଭଳି କଷ୍ଟରେ ଜୀବନ ଯାପନ କରୁଛନ୍ତି ତାର ବର୍ଣ୍ଣନା କରିଥିଲେ । ଏହି ପ୍ରକଳ୍ପର ଅଗ୍ରଗତି ଦେଖିବା ପାଇଁ ନବନିର୍ବାଚିତ ବିଧାୟକ ଦୁର୍ଗା ଚରଣ ତନ୍ତୀ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହିତ ଏହାର ତଦାରଖ କରିଥିଲେ । ସେଠାରେ କାର୍ଯ୍ୟସ୍ଥଳ ଶ୍ରମିକ ମାନଙ୍କ କାମ କରିବା ପାଇଁ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଥିବାରୁ କ୍ଷୋଭ ପ୍ରକଟ କରିବା ସହିତ ତୁରନ୍ତ ଏହାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟସ୍ଥଳରେ ସର୍ବନିମ୍ନ ମଜୁରୀ, କାର୍ଯ୍ୟ ସମୟ, ଠିକାଦାର ନାମର ବୋର୍ଡ ବି ନଥିଲା । ଶ୍ରୀ ତନ୍ତୀ ଉପସ୍ଥିତ ଥିବା ଓଡ଼ିଶା ସରକାର ରାଉରକେଲା ଜଳସୋଚନ ବିଭାଗ ଏସ୍‌. ଇ. ଧନଜୟ କଲା ଓ ଠିକାଦାର କମ୍ପାନୀ ବାଲାଜୀ ଇଞ୍ଜିକନ୍ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ରମେଶ ଚଖାଙ୍କୁ ଉପୋରକ୍ତ ସମସ୍ୟାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପର ଅଗ୍ରଗତି ଓ ନିର୍ମାଣର ସମୟ ଉପରେ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ମାର୍ଚ୍ଚ ମାସ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଏସ୍‌. ଇ. ପ୍ରକାଶ କରିଥିଲେ । ଶ୍ରୀ ତନ୍ତୀ ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହିତ ପ୍ରକଳ୍ପର କ୍ୱାଲିଟୀରେ କୌଣସି ଖିଲାପ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, ଜିଲ୍ଲା ସଂପାଦକ ଅଜୟ କାଂସାରୀ, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମିଶ୍ର, ସରୋଜ ଦାସ, ଅକ୍ଷୟ କୁମାର ଦାସ, ରଞ୍ଜିତା କିସ୍ପଟା, ନିରଞ୍ଜନ ପଟେଲ, କୃଷ୍ଣ ଚନ୍ଦ୍ର ନାୟକ, ତିକେଶ୍ୱର ତାଂଡିଆ କୈଳାଶ ତନ୍ତୀ, ରବି ରଜାକ, ହେମନ୍ତ କୁମାର ଜେନା, ସଂଗ୍ରାମ ପ୍ରଧାନ, ସନ୍ତୋଷ ରାଉତ୍, ଅଶୋକ ଜୟସିଂ, ସନ୍ତୋଷ କୁମ୍ଭାର, ବିମଳ ମିଞ୍ଜ, ଜହରୁ ଟିଗା, ଭାରତ ନାୟକ, ମୋତିଲାଲ ପ୍ରସାଦ ଆଦି ବିଧାୟକଙ୍କ ସାଙ୍ଗରେ ଉପସ୍ଥିତ ଥିଲେ । ଏହାପରେ ଶ୍ରୀ ତନ୍ତୀ ହମିରପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ଓ ଷ୍ଟାଫଙ୍କ ସହିତ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି କ୍ଲାସ ରୁମ୍‌ର ଅଭାବ, ଟଏଲେଟ୍, ପାନୀୟ ଜଳ, ବିଦ୍ୟୁତ୍‌ ଆଦି ସମସ୍ୟା ଉପରେ ଆଲୋଚନା କରି ଥିଲେ ଓ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ ବୋଲି ଶ୍ରୀ ତନ୍ତୀ ପ୍ରତିଶ୍ରୁତି ଦେଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.