om academy

ବିଶ୍ୱ ଯୋଗ ଦିବସରେ ଯୋଗ ଦେଲେ ବିଧାୟକ ଲକ୍ଷ୍ମଣ ବାଗ

jsm
  • ଯୋଗ ଦିବସରେ ୱେଟ ଲିପ୍‌ଟିଙ୍ଗ ଉଠାଇ ଉତ୍ସାହିତ କଲେ ବିଧାୟକ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିଠାରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ଦିନ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ପ୍ରଥମେ କଣ୍ଟାବାଞ୍ଜି ଏନ୍‌ଏସି କାର୍ଯ୍ୟାଳୟ ତରଫରୁ ବିଧାୟକ ଶ୍ରୀ ବାଗଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଯୋଗ ଶିବିରରେ ଶତାଧିକ ମହିଳା, ପୁରୁଷ, ଯୁବକ, ଯୁବତୀ ଯୋଗରେ ସାମିଲ ହୋଇଥିଲେ । ଶ୍ରୀ ବାଗ ନିଜେ ଉପସ୍ଥିତ ରହି ଅନ୍ୟମାନଙ୍କୁ ଉତ୍ସାହିତ ପାଇଁ ନିଜେ ୱେଟ ଲିଫ୍ଟିଙ୍ଗ ଉଠାଇ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବେଦବ୍ୟାସ ନାଗ, ଘାସିରାମ ଜୈନ, ରାନୁ ଘିଭେଲା, ପ୍ରଦୀପ ବାଗ, ଅଜ୍ଜୁ ଶର୍ମାଙ୍କ ସହ ଅନ୍ୟମାନେ ସାମିଲ ଥିଲେ । ଏହା ପରେ ବିଧାୟକ ଶ୍ରୀ ବାଗ ବଙ୍ଗୋମୁଣ୍ଡା ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ଯୋଗ ଶିବିରରେ ସାମିଲ ହୋଇଥିଲେ । ସେହିପରି ସ୍ଥାନୀୟ ବିଭିନ୍ନ ସ୍କୁଲ କଲେଜରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଯୋଗ ଦିବସରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ଦୁଃଖିଶ୍ୟାମ ରାଏ, ଗୋବିନ୍ଦ ଭୋଇଙ୍କ ସହ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଏବଂ ଛାତ୍ରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.