centurian jitm

ଭାଲୁମୁଣ୍ଡାରେ ସ୍ଵଭାବ କବି ଗଙ୍ଗାଧର ମେହେର ନୂତନ ଧର୍ମଶାଳାକୁ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମରେ ସ୍ଵଭାବ କବି ଗଙ୍ଗାଧର ମେହେର ନୂତନ ଧର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଭାଲୁମୁଣ୍ଡା ଗାଁର ଗଉଁତିଆ ମହେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସମାଜସେବୀ ତଥା ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସମାଜସେବୀ ଛବିଲ ମେହେର, ବିପିନ ବିହାରୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମେହେର ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ମେହେର ସମାଜର ଉନ୍ନତି କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । କଣ୍ଟାବାଞ୍ଜି ବିଧାୟକ ଧର୍ମଶାଳା ତିଆରି କରିବା ପାଇଁ ସମସ୍ତ ପାଣ୍ଠି ଯୋଗାଇ ଦେଇଥିବାରୁ କମିଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍‌ ବିଷ୍ଣୁ ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିଲେ । ଆୟୋଜକ କମିଟି ପରିଚାଳନା କମିଟିର ସଭାପତି ସୁନୀଲ ମେହେର, ସମ୍ପାଦକ ଚୈତନ୍ୟ ମେହେର, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେରଙ୍କ ସହ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଭାଲୁମୁଣ୍ଡା ଅଞ୍ଚଳର ବହୁ ଜନସାଧାରଣ ସମେତ ମେହେର ସମାଜର ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.