jayashree

ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ‘ନୂଆ-ଓ’ କାର୍ଯ୍ୟକ୍ରମ ବେଳେ ବିଧାୟକ ବିରୋଧୀଙ୍କ ଦ୍ଵାରା କଳାପତାକା ପ୍ରଦର୍ଶନ ସହ ତୀବ୍ର ହଟ୍ଟଗୋଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ଥିବା ୧୮ଗୋଟି ଗ୍ରାମପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୁଧବାର ଉଦ୍‌ଯାପିତ ହୋଇଯାଇଛି । କିନ୍ତୁ ଉଦ୍‌ଯାପନୀ ଦିବସରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଆରମ୍ଭ ବେଳେ ତୀବ୍ର ହଟ୍ଟଗୋଳ ଦେଖାଦେଇଥିଲା । ଯାହାକି ଛତ୍ରପୁର ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ପୂର୍ବରୁ ସକ୍ରୀୟ ହେଇଥିଲେ ବୋଲି ଜଣାଯାଏ । ତେବେ ବିଜେଡ଼ି ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ବିରୋଧୀ ଗୋଷ୍ଠୀ ବିଭିନ୍ନ ସ୍ଥାନରେ କଟାକ୍ଷ କରି ଆସୁଥିଲେ । ତେବେ ବିଧାୟକ ବିରୋଧୀ ଗୋଷ୍ଠୀ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ବିଧାୟକଙ୍କ ପାଇଁ ପ୍ରବଳ ହଟ୍ଟଗୋଳ କରିବାର ପ୍ରାୟାସ କରିଥିଲେ । ପ୍ରଥମତଃ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ସଞ୍ଜୀବ ରେଡ୍ଡୀ ବିଧାୟକଙ୍କ ବିରୋଧୀ ଅଟନ୍ତି । ବିଧାୟକ ମହୋଦୟ ସଭାସ୍ଥଳରେ ପହଞ୍ଚିଲାବେଳେ ତାଙ୍କୁ ସ୍ୱାଗତ କରିବା ସ୍ୱରୂପ ତାଙ୍କୁ ଗୋଟିଏ ଗୋଷ୍ଠୀ କଳା ପତାକା ପ୍ରଦର୍ଶନ କରିଥିଲେ । ଯାହାକି, କଳା ପତାକା ଅର୍ଦ୍ଧନିର୍ମିତ କରି ଦେଖାଇଥିଲେ । ଠିକ୍ ସମୟରେ ବିଧାୟକଙ୍କ ସପକ୍ଷରେ ଆସି ବିଧାୟକ ସମର୍ଥକ ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ କଳାପତାକା ଛଡ଼ାଇନେଇଥିଲେ । କଳା ପତାକା ପ୍ରଦର୍ଶନ ବେଳେ ବିଧାୟକଙ୍କୁ ଡାଉନ୍ ଡାଉନ୍ ନାରା ଦିଆଯାଇଥିବା ଶୁଣା ଯାଇଥିଲା । ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ନେଇ ସେହି ସ୍ଥାନରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ପରେ ପୋଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ବହୁ ବିଳମ୍ବ ହୋଇଥିଲା । ହେଲେ ମଧ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା । ଅନ୍ୟପକ୍ଷରେ ସେହି ପଞ୍ଚାୟତରେ ବିଧାୟକଙ୍କୁ କେବଳ ଜଣେ ଲୋକ ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀଙ୍କ ପାଇଁ ବିଧାୟକଙ୍କ ମହତ୍ ବଞ୍ଚିଗଲା । ହେଲେ ସେଠି ତୀବ୍ର ହଟ୍ଟଗୋଳମୟ ପରିସ୍ଥିତି ଦେଖାଦେଇଥିଲା । ଉପସ୍ଥିତ ଥିବା ଛତ୍ରପୁର ବିଡ଼ିଓ ଘଟଣା ସଂପର୍କରେ ଅନୁଧ୍ୟାନ କରି ପୋଲିସବାହିନୀର ସହଯୋଗ ନେଇ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ କରିଥିଲେ ।
ଏପରିକି ବିଧାୟକଙ୍କ ବିରୋଧରେ ଅନ୍ୟ କେତେକ ସ୍ଥାନରେ ବିଧାୟକ ବିରୋଧୀ ଗୋଷ୍ଠୀ ସକ୍ରୀୟ ହୋଇ ଅନେକ ସଭା ସମିତି କରିଥିଲେ । ବିଧାୟକଙ୍କ ନିଜ ଗ୍ରାମ ନରେନ୍ଦ୍ରପୁର ପଞ୍ଚାୟତରେ, ଅଗସ୍ତିନୂଆଗାଁ, ବଡ଼ମାଧପୁର ଭଳି କେତେକ ସ୍ଥାନରେ ବିଧାୟକ ଯୋଗଦେଇନଥିଲେ । ଏହିଠାରେ ମଧ୍ୟ ଯୋଗଦେବା କଥା ନଥିଲା ବୋଲି ତାଙ୍କ ସମର୍ଥକମାନେ କୁହାକୁହି ହେଉଥିଲେ । ଛତ୍ରପୁର ଓ ଗଞ୍ଜାମ ବ୍ଲକର ସବୁ ପଞ୍ଚାୟତରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏବଂ ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟକ୍ରମମାନଙ୍କରେ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପାଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବେ ଆହ୍ୱାନ କରାଯାଉଥିବା ଦେଖାଯାଉଛି ।

Leave A Reply

Your email address will not be published.