oom

ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ବିରାଟ ବାଇକ ରାଲି କରି ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ବଳଧା ପଞ୍ଚାୟତ ସରପଞ୍ଚ ରାଜକୁମାରୀ ବେଶ୍ରା, ଜିଆର୍‌ଏସ୍‌ ପୃଥ୍ୱୀରାଜ ବାଗ, ପୂର୍ବତନ ସମିତି ସଭ୍ୟା ଟଙ୍କେଶ୍ୱରୀ ବେହେରା, ନାଏବ ସରପଞ୍ଚ ପୂର୍ଣ୍ଣିଆ ପୋଡ଼, ଯୁବନେତା ସଦାନନ୍ଦ ତାଣ୍ଡି, ଲମ୍ବୋଦର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ବଳଧା ପଞ୍ଚାୟତ ସ୍ୱାଗତମ ଗେଟ, ମିନେରାଲ ପ୍ଲାଣ୍ଟ, ସିନ୍ଧିଭାଡ଼ି ଗ୍ରାମର ନବ ନିର୍ମିତ ଅଙ୍ଗନୱାଡି କେନ୍ଦ୍ରକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ମଣିଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ସୁଧୀର ପୁଞ୍ଜି, ବାବୁରାମ ତେଜି, ରାମ ବେହେରା, କେଶବ ପୁଞ୍ଜି, ଭୀମରାଜ ବେହେରା, ଚନ୍ଦନ ପୁଞ୍ଜି ପ୍ରମୁଖଙ୍କ ସହ କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧିମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.