ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାର୍ମିକ ସ୍ଥଳରେ ଭିତ୍ତିଭୂମିର ବିକାଶ ସହିତ ଇସ୍ପାତ ସହରାଞ୍ଚଳର ସେକ୍ଟର ୩ ସ୍ଥିତ ଅହୀରାବନ୍ଧ ଜଗନ୍ନାଥ ମନ୍ଦିର ଏବଂ ସେକ୍ଟର-୬ ସ୍ଥିତ ତାରା ତାରିଣୀ ମନ୍ଦିରକୁ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହିତ ଏହି ଦୁଇଟି ପବିତ୍ର ଧାର୍ମିକ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିବା ଏବଂ ସମଗ୍ର ମନ୍ଦିର ପରିଷରର ସୌନ୍ଦର୍ଯ୍ୟକରଣ ନିମିତ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ବିଧାନସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ସାକ୍ଷତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉକ୍ତ ସ୍ମାରକପତ୍ରରେ ସେକ୍ଟର-୩ ସ୍ଥିତ ଅହୀରାବନ୍ଧ ଜଗନ୍ନାଥ ମନ୍ଦିର ଏବଂ ସେକ୍ଟର ୬ ସ୍ଥିତ ମା’ ତାରାତାରିଣୀ ମନ୍ଦିର ପରିଷରରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ସହିତ ସୌନ୍ଦର୍ଯ୍ୟକରଣ କରିବା, ଲାଠିକଟା ବ୍ଲକ ଅଞ୍ଚଳରେ ଥିବା ଲାଠିକଟା ଗ୍ରାମ ପଞ୍ଚାୟତର କଳାମୁଣ୍ଡା ଗ୍ରାମରେ ଏକ ଶିଶୁ ଉଦ୍ୟାନ ସ୍ଥାପନ କରିବା ସହ ଉକ୍ତ ପାର୍କରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଜିମ ସହିତ ଲୋକଙ୍କ ବିଶ୍ରାମ ପାଇଁ ଆବଶ୍ୟକ ଚେୟାର ଉତ୍ୟାଦି ଲଗାଇବା, ରାମଯୋଡି ଗ୍ରାମ ପଞ୍ଚାୟତର ବେତଝରଣ ଠାରେ ଏକ ୱାଟରଫଲ ନିର୍ମାଣ କରିବା ସହିତ ଉକ୍ତ ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ଏକ ରେଷ୍ଟ ସେଡ଼ ଏବଂ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା, ସେହିପରି ମୁଣ୍ଡାଜୋର ଗ୍ରାମ ପଞ୍ଚାୟତର ଦଲାଜୁଦର ଗ୍ରାମ ନିଜଟରେ ଏକ ପିକନିକ ସ୍ପଷ୍ଟ ନିର୍ମାଣ କରି ସେଠାରେ ଆବଶ୍ୟକ ସମସ୍ତ ପ୍ରକାରର ଭିତ୍ତିଭୂମିର ବିକାଶ କରିବା, ସେହିପରି ହାତୀବନ୍ଧା ଗ୍ରାମ ପଞ୍ଚାୟତର କଂସର ଗ୍ରାମରେ ମଧ୍ୟ ଏକ ପିକନିକ ସ୍ପଟ ନିର୍ମାଣ କରିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ମଧ୍ୟ ସମସ୍ତ ପ୍ରକାରର ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ପାଇଁ ବିଧାୟକ ଦ୍ରୁର୍ଗା ଚରଣ ତନ୍ତୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିକଟରେ ଦାବି କରିଛନ୍ତି ।