oom

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଂଚାୟତରେ ସେବା ଓ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ କଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ସେବା ଓ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅଲଣ୍ଡା ପଞ୍ଚାୟତରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବିଡ଼ିଓ ବାସନ୍ତୀ ସେଠୀ, ସରପଞ୍ଚ ନିବେଦିତା ବାଗ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସାଂସଦ ପ୍ରତିନିଧି ଅନିଲ ନାଏକ, ବିଧାୟକ ପ୍ରତିନିଧି ଯୌବନ ବାଗ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ, ଏପିଓ ଲକ୍ଷ୍ମଣ ବୁଡେକ, ବିପିଏମ ସତ୍ୟପ୍ରିୟ ବେହେରାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ସେହିପରି ପରେ ଅର୍ଶାତୁଲା ପଞ୍ଚାୟତର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ସରପଞ୍ଚ ମମିତା ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ସମ୍ମାନିତ ଅତିଥି ବିଡ଼ିଓ ବାସନ୍ତି ସେଠୀ, ସାଂସଦ ପ୍ରତିନିଧି ଅନିଲ ନାଏକ, ସିନ୍ଧେକେଲା ମଣ୍ଡଳ ବିଜେପି ସଭାପତି ନରେନ୍ଦ୍ର ରଣା, ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ସଭାପତି ପବିତ୍ର ପୋଢ଼, ପୂର୍ବତନ ମଣ୍ଡଳ ସଭାପତି ମୁନିରାମ ନାଗ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ହିତାଧିକାରୀ ମାନଙ୍କୁ ଭତ୍ତା, ରାସନ କାର୍ଡ ଆଦି ପ୍ରଦାନ କରାଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଏମବିକେ,ସିଆରପି,କଳାକାର ପ୍ରମୁଖଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ । ଏଥିରେ ଯୁବରାଜ ବାଗ , ସଂଜୟ ପୁଟେଲ, ଅର୍ଜୁନ ଯାଦବ ସହ ବ୍ଲକ ପ୍ରଶାସନର କର୍ମଚାରୀ ମାନେ ସହଯୋଗ କରିଥିଲେ । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

jittmm
Leave A Reply

Your email address will not be published.