
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ର ଯୁବକ ସଦାନନ୍ଦ ପ୍ରଧାନ ସୁରଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ରବିବାର ଦିନ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି । ଜ୍ଵରରେ ପୀଡିତ ହୋଇ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ପରେ ସୁରଟର ପ୍ରଶାସନ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସଦାନନ୍ଦଙ୍କ ପରିବାରରେ କେବଳ ତାଙ୍କ ସ୍ତ୍ରୀ ଏବଂ ୫ ବର୍ଷର ପୁଅଟିଏ ଅଛନ୍ତି ଆର୍ଥିକ ସ୍ଥିତି ଦୁର୍ବଳ । ତେବେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କଣ୍ଟିଆଗଡ଼ ଯାଇ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଯୋଜନା ଏବଂ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ସେହିପରି କରପଡା ଗ୍ରାମର ଦିପୁଦାସ ହୃଦଘାତରେ ପ୍ରାଣ ହରାଇଥିବା ବେଳେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତାଙ୍କ ପରିବାରକୁ ମଧ୍ୟ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।।