oum

ବିଧାନସଭା ନିର୍ବାଚନ ଫଳାଫଳ : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ, ବିଜେଡ଼ି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ, ଲାଭ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଦଳ ତରଫରୁ ଗୋଟିଏ ଆସନରେ ବିଜୟୀ ହୋଇଥିବା ଖବର ମିଳିଛ । ତେବେ ବାଜିମାତ୍‌ କରିଥିବା ଭାରତୀୟ ଜନତାପାର୍ଟିର ପ୍ରାର୍ଥୀଗଣ ହେଲେ-
୧- ବ୍ରହ୍ମପୁର- କେ. ଅନିଲ କୁମାର
୨- ଗୋପାଳପୁର – ବିଭୂତି ଜେନା
୩- ଦିଗପହଣ୍ଡି – ସିର୍ଦ୍ଧାର୍ଥ ମହାପାତ୍ର
୪- ଚିକିଟି – ମନୋରଞ୍ଜନ ଦ୍ୟାନ୍ ସାମନ୍ତରା
୫- ଛତ୍ରପୁର – କୃଷ୍ଣଚନ୍ଦ୍ର ନାୟକ
୬- ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ସେଠୀ
୭- କବିସୂର୍ଯ୍ୟ – ନଗର ପ୍ରତାପ ନାୟକ
୮- ପୋଲସରା – ଗୌକୁଳନନ୍ଦ ମଲ୍ଲିକ
୯- ସୋରଡ଼ା – ନୀଳମଣି ବିଷୋୟୀ
୧୦- ଆସ୍କା – ସୋରାଜ କୁମାର ପାଢୀ
୧୧- ଭଞ୍ଜନଗର – ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ବିପୁଳ ଭୋଟରେ ଭାଜପା ନେତା ବିଜୟୀ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ୧୩୦- ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଟାଇଗର ତଥା କଂଗ୍ରେସ୍ ନେତା ରମେଶ ଚନ୍ଦ୍ର ଜେନା ୬୫ ହଜାର ୭୩୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଧରାକୋଟ ରାଜା ପାହ୍ୟା ମାନ୍ୟତାରେ ଥିବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ୫୫ ହଜାର ଏକ ଶହ ୩୬ ଭୋଟ ପାଇ ପରାଜିତ ହୋଇଛନ୍ତି । ତେବେ ୧୩୦- ସାନଖେମୁଣ୍ଡି ଆସନରୁ ରମେଶ ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାଜା ସାହେବ୍ ଗୀତାଞ୍ଜଳିଙ୍କ ଠାରୁ ୧୦ ହଜାର ୫୯୯ଟି ଅଧିକା ଭୋଟରେ ବିଜୟୀ ହୋଇ କଂଗେସ ପାର୍ଟିର ସୁନାମ ଅର୍ଜନ କରିଛନ୍ତି । ସେହିପରି ୧୨୭ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୁବାଷ ଚନ୍ଦ୍ର ବେହେରାଙ୍କ ଠାରୁ ୧୧ ହଜାର ୨୬୫ଟି ଅଧିକା ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ନବୀନଙ୍କ ଗଡ଼ ବୋଲି କୁହାଯାଉଥିବା ହିଞ୍ଜିଳି ଆସନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟ ଲାଭ କରିଛନ୍ତି । ସେହିପରି ଲୋକସଭା ଆସନ ଫଳାଫଳ ଘୋଷଣାରୁ ଜଣାଯାଇଛି ଯେ’ ବିଜେପି ସାଂସଦ ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ଦଳର ଭୃଗୁବକ୍ସି ପାତ୍ରଙ୍କ ଠାରୁ ୫୮ହଜାର ୭୦୯ ବ୍ୟବଧାନର ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଆସ୍କା ସାଂସଦ ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.