om academy

ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ

jsm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ସମାପ୍ତ ହୋଇଛି । ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୧୬୭୧ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ନିଜ ବିଧାୟକ ପଦ ବଜାୟ ରଖିଛନ୍ତି । ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୪୩ ହଜାର ୫୮୬ ଖଣ୍ତ ଭୋଟ ପାଇ ବିଜୟୀ ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କୁ ୪୧ ହଜାର ୯୧୫ ଖଣ୍ଡ ଭୋଟ ମିଳିଛି । ସେହିପରି ଭାଜପା ପ୍ରାର୍ଥୀ କଳ୍ପନା କହଁରଙ୍କୁ ୩୧ ହଜାର ୪୮୧ ଭୋଟ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ମାନସ ଲୋକ ଶକ୍ତି ଦଳ ପ୍ରାର୍ଥୀ ଅଜୟ କୁମାର ମଲ୍ଲିକ ୧୦୦୯ଟି ଭୋଟ, ନ୍ୟାସ୍‌ନାଲ୍‌ ଅପ୍‌ନୀ ପାର୍ଟି ପ୍ରାର୍ଥୀ ଜୟସିଂ ମଲ୍ଲିକ ୮୬୬ଟି ଭୋଟ ପାଇଛନ୍ତି । ଏତଦ ବ୍ୟତୀତ ନୋଟା ଭୋଟରେ ୨୬୦୬ଟି ଭୋଟ ମିଳିଥିବା ଜଣାପଡିଛି ।

Leave A Reply

Your email address will not be published.