oum

ଦେଓଗାଁ ବ୍ଲକରେ ଓଡ଼ିଶା ବିଧାନସଭା ଗୃହ କମିଟି : ବିଦ୍ୟୁତ ଯୋଗାଣର ସମସ୍ୟାକୁ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ୧୦ଟା ସମୟରେ ଓଡ଼ିଶା ବିଧାନସଭା ଗୃହ କମିଟିି(ଶକ୍ତି ବିଭାଗ) ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଭାବେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସହ ସଭ୍ୟ ତଥା ବ୍ରଜରାଜନଗର ବିଧାୟକ ତଥା ପୂର୍ବ ବାଚସ୍ପତି କିଶୋର ମହାନ୍ତି, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଦେଓଗାଁ ବ୍ଳକର ଜରାସିଂହା, କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଜାମନଗର, କରୁଆଁଝର ପ୍ରଭୃତି ଗାଁକୁ ଯାଇ ବିଦ୍ୟୁତ ଗ୍ରାହାକଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟୁତ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସହ ସରକାର ଦାରିଦ୍ର ସୀମାରେଖା ତଳେ ଥିବା ପରିବାରକୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ପାଇଁ କରିଥିବା ଯୋଜନାକୁ ଠିକ୍‌ ଭାବେ କରାଯାଇ ନଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ବିଦ୍ୟୁତ ଯୋଗାଣରେ ଦେଖାଯାଇଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ଥିବା ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କିମିଟର ପରିଦର୍ଶନ ସମୟରେ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବିଡିଓ ମୁରଲୀଧର ନାଏକ, ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ, ୧୨ନମ୍ବର ଜୋନ ଜିଳ୍ଲାପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ସହ ବିଧାୟକ ପ୍ରତିନିଧି କାନ୍ତେଶ୍ୱର ପଧାନ, ଯୁବନେତା ପପୁ ପାତ୍ର, ଦେଓଗାଁ ସମିତି ସଭ୍ୟ ଜନ୍ମେଜୟ ସାହୁ, ପୂର୍ବ ବ୍ଲକ କଂଗ୍ରେସ ସଭାପତି ଯୁଗେଶ୍ୱର ସାହୁ, ସଙ୍କିର୍ତ୍ତନ ବାଗ ସହ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.