ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ସହ ୫ ଗିରଫ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ବଇଣ୍ଡା ଅଞ୍ଚଳର ପୂର୍ଣ୍ଣିମା ବେହେରା, ଦୂରୀକା ମାଝୀ, ଦୁଃଶାସନ ସାହୁ, କସିରା ପ୍ରଧାନ, ମଙ୍ଗୁଳୁ ମାଝି ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ୧୩୦ କେ.ଜି ମହୁଲ ପୋଚ, ମଦ ରନ୍ଧା ସାମଗ୍ରୀ ଅବକାରୀ ବିଭାଗ ନଷ୍ଟ କରିଛି । ଏଥିସହିତ ପାଞ୍ଚ ଲିଟର ମହୁଲି ମଦ ସହିତ ୨୨ ଲିଟର ବିଅର କେନ୍ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.