centurian jitm

ଶେରଗଡ ଟାଉନ ବାଲି ସାହି ପ୍ରାଥମିକ ବିଦ୍ୟାଳୟ ନିକଟରୁ ବିଦେଶୀ ମଦ ଦୋକନ ଉଚ୍ଛେଦ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଦାବୀ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶେରଗଡ ଟାଉନ ବାଲି ସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ ରହିଥିବା ଏକ ବିଦେଶୀ ମଦ ଦୋକାନକୁ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଆଇନଜୀବୀ ରଜନୀକାନ୍ତ ପାଢୀ ଦାବୀ କରିଛନ୍ତି । ଆଇନଜୀବୀ ଶ୍ରୀ ପାଢୀ ଏନେଇ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କର୍ତ୍ତବ୍ୟରେ ଥିବା ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ଉକ୍ତ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବିଦେଶ ମଦ ଦୋକାନ ବହୁ ବର୍ଷ ଧରି ରହିଛି ଯାହା ଫଳରେ ବିଦ୍ୟାର୍ଥୀ ଓ ସଧାରଣ ଜନତା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାନ୍ୟବର କୋର୍ଟ ୨୮ ଜୁଲାଇ ୨୦୨୩ରେ ମଦ ଦୋକାନ ଉଚ୍ଛେଦ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏପରିକି ସେଠାରୁ ମଦ ଦୋକାନ ଉଚ୍ଛେଦ ହୋଇନଥିବା ବେଳେ ୪ ସେପ୍ଟମ୍ବର ୨୦୨୪ ପୁଣି ଅବକାରୀ ବିଭାଗକୁ ଏହି ମଦ ଦୋକାନ ଉଚ୍ଛେଦ ପାଇଁ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ହୋଇଛି । ଦୁଇ ଥର ନିର୍ଦ୍ଦେଶ ସ୍ୱତେ ସେହି ସ୍ଥାନରୁ ଏହି ମଦ ଦୋକାନ ହଟିନାହିଁ, ଯାହାଫଳରେ ଆଇନଜୀବୀ ତଥା ହିଂଜିଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀ ରଜନୀକାନ୍ତ ପାଢୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ଏହାକୁ କାର୍ଯ୍ୟକାରୀ ନ କଲେ ଅର୍ଥାତ୍ ମଦ ଦୋକାନ ଉଚ୍ଛେଦ ନ କଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.