ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁଙ୍କୁ ଗ୍ରାମବାସୀଙ୍କ ତରଫରୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷକ ସଦାସର୍ବଦା ସମାଜରେ ବନ୍ଦନୀୟ ଓ ପୂଜନୀୟ ବୋଲି ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ଅଧୀନ ବିଳାସପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସତ୍ୟନିଷ୍ଠ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁଙ୍କୁ ବିଳାସପୁର ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ପ୍ରଦତ୍ତ ଅଭୁଲା ଅଭୂତପୂର୍ବ ଅବସରକାଳୀନ ସମ୍ବର୍ଦ୍ଧନାରୁ ସ୍ପଷ୍ଟ ଜଣାପଡିଛି । ବିଦ୍ୟାଳୟ, ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ସମ୍ମିଳିତ ସହଯୋଗରେ ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ବିଶିଷ୍ଟ ଶିକ୍ଷା ଅନୁରାଗୀ ସୁଭାଷ ଚନ୍ଦ୍ର ରଥ ଓ ପ୍ରାକ୍ତନ ବିଇଓ ଆର୍ତ୍ତତ୍ରାଣ ମିଶ୍ରଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଯୋଗ ଦେଇ ଶ୍ରୀ ସାହୁଙ୍କ ସାର୍ଥକ ଜୀବନ ବର୍ଣ୍ଣନା ପୂର୍ବକ ଶିକ୍ଷା ହିଁ ପ୍ରତିଟି ମଣିଷର ଶ୍ରେଷ୍ଠ ମହୌଷଧି ଓ ଗୁରୁମାନଙ୍କର ଗୁରୁତ୍ୱକୁ ପ୍ରତ୍ୟେକ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ ବୋଲି କହି ସମବେତ ଶିକ୍ଷାପ୍ରେମୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଜନତାଙ୍କୁ ତଦନୁଯାୟୀ ଦୀକ୍ଷାନ୍ତ ଦିଗ୍‌ଦର୍ଶନ ଦେଇଛନ୍ତି । ଏଥିରେ ପୂର୍ବତନ ବିଇଓ କାର୍ତ୍ତିକ ବେହେରା, ପ୍ରଫୁଲ୍ଲ ବଳିୟାର ସିଂହ, ନିରଞ୍ଜନ ପାତ୍ର, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ସଂଘ ଅଲୋସ୍ତାର ସଂପାଦକ ଗୋବିନ୍ଦ ଚନ୍ଦ୍ର ଫାରୁକ୍, ଅଲୋସ୍ତା ଜିଲ୍ଲା ସଂପାଦକ କିଶୋର ଚନ୍ଦ୍ର ମହାନ୍ତି, ଶଙ୍କର ଜେନା, କୈଳାସ ପଲେଇ, ପ୍ରାକ୍ତନ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲକ ବରାଳ, ଗୁଣନିଧି ସ୍ୱାଇଁ, ଜଗବନ୍ଧୁ ସାହୁ, ନରସିଂହ ହୋତା, ଭୁବନେଶ୍ୱର ସ୍ୱାଇଁ, ଦୁର୍ଯ୍ୟୋଧନ ସାହୁ, ଅନନ୍ତ ସାହୁ ପ୍ରଧାନ ଶିକ୍ଷକ ଧୃବଚରଣ ବରାଳ, ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ସରପଞ୍ଚ ହିରଣ୍ମୟୀ ମହାପାତ୍ର, ସମିତି ସଭ୍ୟ ରବିନ୍ଦ୍ର ପ୍ରଧାନ, ସିଆର୍‌ସିସି କ୍ଷେତ୍ରବାସୀ ଆଳୁକ, ପବିତ୍ର ପଣ୍ଡା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁଦର୍ଶନ ପ୍ରଧାନ, ଶିକ୍ଷକ ଜାମିନ ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଅମାୟିକ ଆଦର୍ଶ ଆଚାର, ବିଚାର ଓ ବ୍ୟବହାର ଉପରେ ଆଲୋକପାତ୍ ଓ ଗୁଣଗାନ ପୂର୍ବକ ପରିବର୍ତ୍ତିତ ଶୈକ୍ଷିକ ପରିସ୍ଥିତିକୁ ତାଳ ଦେଇ ସମସ୍ତଙ୍କର ଆନ୍ତରିକତା ଓ ସକରାତ୍ମକ ସହଯୋଗ ରହିଲେ ବିଦ୍ୟାଳୟ ହସିଉଠିବା ସହ ସହୃଦୟ ମଣିଷ ଗଠନର ସ୍ୱପ୍ନ ସାକାର ହୋଇପାରିବ ବୋଲି କହିଥିଲେ । ଶ୍ରୀ ସାହୁ ୩୭ ବର୍ଷ ଧରି ହୁମର, ଶ୍ରୀପୁରୁଷୋତ୍ତମପୁର, ଗଉଡକେରା, ବିଳାସପୁର ବିଦ୍ୟାଳୟରେ ନିଷ୍ଠାର ସହ ଶିକ୍ଷା ନୈପୁଣ୍ୟ ପ୍ରଦର୍ଶନୀ କରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ ଡେଲାଙ୍ଗ ବ୍ଲକ୍‌ର ଶିକ୍ଷକ ମହଲରେ ମହକୁଥିଲେ । ସେ ହୁମର ଗାଁର ଗତେଶ୍ୱରଦେବ ବିଦ୍ୟାଳୟରେ ବହୁଦିନ ଶିକ୍ଷକତା କରିଥିବାରୁ ସେହି ଗ୍ରାମର ସେ ସମୟର ଶିକ୍ଷାପ୍ରେମୀ ଭାସ୍କର ପରିଡ଼ା, ନବ ସ୍ୱାଇଁ, ବର୍ତ୍ତମାନର ବିଦ୍ୟାଳୟ କମିଟି ସଭାପତି ମହେନ୍ଦ୍ର ବିଶ୍ୱାଳ, ପୂର୍ବର ବ୍ରହ୍ମାନନ୍ଦ ପରିଡା, ଶିକ୍ଷକ ସତ୍ୟ ନାରାୟଣ ସୋରେନ, ଦିଲ୍ଲୀପ ନାୟକ, ମନୋରଞ୍ଜନ ଜେନା ଉପସ୍ଥିତ ରହି ମଞ୍ଚରେ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ବିଳାସପୁର ଗ୍ରାମବାସୀଙ୍କ ତରଫରୁ ସେହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଆର୍ତ୍ତତ୍ରାଣ ମିଶ୍ର ଓ ବିଦାୟୀ ଶିକ୍ଷକ ନିରଞ୍ଜନ ସାହୁଙ୍କ ସହ ହୁମର ଗ୍ରାମର ଉପସ୍ଥିତ ସେହି ଶିକ୍ଷକ ଅନୁରାଗୀ ବ୍ୟକ୍ତିମାନଙ୍କୁ ଅନୁରୂପ ସମ୍ବର୍ଦ୍ଧନା ଦିଆଯିବାର ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ସମ୍ମୋହିତ କରିଥିଲା । ଜିଲ୍ଲା ଅଲୋସ୍ତା ସଂଘ, ବ୍ଲକ୍ ସଂଘ, ବିଭିନ୍ନ ବିଦ୍ୟାଳୟ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ବିଦାୟୀ ଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ଉତ୍ତରୀୟ ପ୍ରଦାନ ପୂର୍ବକ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ଦିଲିପ କୁମାର ନାୟକ ଆଳଙ୍କାରିକ ଭାଷା ପ୍ରୟୋଗ କରି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ, ଅଭୟ ଚରଣ ସାହୁ, ରବିନ୍ଦ୍ର ନାୟକ, ବୁଦ୍ଧିଜୀବୀ ପ୍ରମୋଦ ସାହୁ, ଗୋବିନ୍ଦ ଫାରୁକ୍ ବିଦାୟୀ ଶିକ୍ଷକଙ୍କ ଗରିମାମଣ୍ଡିତ ଜୀବନୀ ଆଧାରିତ ମାନପତ୍ର ଅଭିନବ ଶୈଳୀରେ ପାଠ କରିଥିଲେ । ଉତ୍ସବ ପରିଚାଳନାରେ ଶିକ୍ଷୟିତ୍ରୀ ମମତା ପ୍ରଧାନ, ପ୍ରଣତି ତ୍ରିପାଠୀ, ବବିମଣି ସାହୁ, କବିତା ବରାଳ, ଶିକ୍ଷକ ରବି ନାୟକ, ସମାଜସେବୀ ଅକ୍ଷୟ ସାହୁ, ମହେଶ୍ୱର ସାହୁ, ମାଗୁଣି ସାହୁ, ସୁଦର୍ଶନ ସାହୁ, ଦୀପ୍ତି ପ୍ରକାଶ ସ୍ୱାଇଁ, ମେଘା ସ୍ୱାଇଁ, ତ୍ରିନାଥ ସାହୁ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସଭାରେ ତାଙ୍କ ପତ୍ନୀ ଜାନକୀମଣି ସାହୁ, ପୁତ୍ର ଆର୍ଯ୍ୟ କୁମାର ସାହୁ, ଅୟସ ଅଂଶୁମାନ ସାହୁ, ଚିତ୍ତରଞ୍ଜନ ସାହୁ, ଶିକ୍ଷକ ଦୁଃଶାସନ ସାହୁ, ବିକ୍ରମ ପାତ୍ର, ଶରତ ସାହୁ, ଶରତ ପ୍ରଧାନ, ପ୍ରକାଶ ମଙ୍ଗରାଜ, ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ପ୍ରଧାନ, ରୁନୁବାଳା ମହାପାତ୍ରଙ୍କ ସହ ଅନେକ ଶୁଭେଚ୍ଛୁ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ସଭାପରେ ଶ୍ରୀ ସାହୁଙ୍କୁ ଗ୍ରାମ୍ୟ ପରିକ୍ରମା ସମୟରେ ଭବ୍ୟ ବନ୍ଦାପନାରେ ସମ୍ବର୍ଦ୍ଧନା ସମସ୍ତଙ୍କୁ ବିମୋହିତ କରିଥିଲା । ୧୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବିଦାୟ ଓ ସ୍ୱାଗତ ସଂଗୀତ ଗାନ ସହ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.